କେନ୍ଦ୍ରାପଡ଼ାରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ରାପଡ଼ା, ଏନ୍ଏନ୍ଏସ୍: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କେନ୍ଦ୍ରାପଡ଼ାରେ ପ୍ରଥମ ପର୍ଯ୍ୟାୟରେ କୋଭିଡ଼୍ ଟିକା ନେଇଥିବା କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ସ୍ୱାସ୍ଥ୍ୟବସ୍ଥା ଏବଂ ଅନୁଭୂତି ସମ୍ପର୍କରେ ଆଲୋଚନା କରିଛନ୍ତି। କୋଭିଡ଼୍ ଟିକା ପ୍ରସ୍ତୁତି ସହ ପ୍ରଥମ ଦଫାରେ ସଫେଇ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ ତଥା କରୋନା ଯୋଦ୍ଧା ମାନଙ୍କୁ ପ୍ରଧାନ୍ୟ ଦେଇଥିବାରୁ କରୋନା ଯୋଦ୍ଧା ମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେଶରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସଫଳ କୋଭିଡ୍ ମୁକାବିଲା କରିବା ପରେ ସମଗ୍ର ଭାରତବର୍ଷ ଓ ଓଡ଼ିଶା ସମେତ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ୮ ହଜାର ସଫେଇ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ ତଥା କରୋନା ୱାରିୟର୍ସ ମାନଙ୍କ ପାଇଁ ମଧ୍ୟ ଭାରତ ସରକାର ଏ ସବୁ ଟିକା ମାଗଣାରେ ଉପଲବ୍ଧ କରାଇଛନ୍ତି । ସ୍ୱଦେଶୀ ଟିକା ପ୍ରସ୍ତୁତି ଏବଂ ପ୍ରଥମ ପର୍ଯ୍ୟାୟରେ ଏହା ଓଡ଼ିଶା ସମେତ ଭାରତବର୍ଷର ସବୁ ସ୍ଥାନରେ ପହଁଚିବା ; ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଓ ଇଚ୍ଛାଶକ୍ତି କାରଣରୁ ସମ୍ଭବ ହୋଇପାରିଛି । ମହାମାରୀ ସମୟରେ ଦେଶବାସୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ ଉଦାହରଣ ତିଆରି କରିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାଧୁବାଦ ଜଣାଇଛନ୍ତି।