କରୋନା ଯୁଦ୍ଧରେ ସାମିଲ ହୋଇଥିବା ମା’ଙ୍କୁ ସଲାମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ହେଉଛି ମଦର୍ସ ଡେ ଅର୍ଥାତ୍ ମାତୃ ଦିବସ। ଆଜିର ଦିନରେ କରୋନା ଯୁଦ୍ଧରେ ସାମିଲ ହୋଇ ଦିନରାତି ଦେଶ ପାଇଁ ସେବା କରୁଥିବା ସବୁ ମା’ଙ୍କୁ ନିଜ ବାଲୁକା କଳା ମାଧ୍ୟମରେ ସମ୍ମାନ ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହି ଚିତ୍ତାକର୍ଷକ ବାଲୁକା କଳାରେ ସେ ‘ମା ତୁଝେ ସଲାମ’ ବାର୍ତ୍ତା ଦେଇଛନ୍ତି। ପୁରୀ ସମୁଦ୍ରକୂଳରେ ଏହି ବାଲୁକା କଳା ଦେଖିବାକୁ ମିଳିଛି।