ମେ’ ୩୧ ଯାଏଁ ୪ ସ୍ପେସିଆଲ ଟ୍ରେନ୍ ବାତିଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଭିଡ୍ ଲକଡାଉନ ଯୋଗୁଁ ଟ୍ରେନରେ ଯାତ୍ରୀ ଆସୁନାହାଁନ୍ତି। ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଚାରୋଟି ଏକ୍ସପ୍ରେସ୍ ସ୍ପେସିଆଲ୍ ଟ୍ରେନ୍ ମେ’ ମାସ ଶେଷ ପର୍ଯ୍ୟନ୍ତ ବାତିଲ୍ କରିବାକୁ ନିଷ୍ପତ୍ତି ନେଇଛି। ପୁରୀ ଏବଂ ଭୁବନେଶ୍ୱରରୁ ଲୋକମାନ୍ୟ ତିଳକ ଟର୍ମିନାଲ ଯିବାକୁଥିବା ଟ୍ରେନ୍ ଚଳାଚଳ ବନ୍ଦ ରହିବ। ୦୨୮୬୬/୦୨୮୬୫ ପୁରୀ-ଏଲଟିଟି- ପୁରୀ ସାପ୍ତାହିକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ପୁରୀ ଠାରୁ ମେ’ ମାସ ୧୮ ଏବଂ ୨୫ ତାରିଖ ଦିନ ଏବଂ ଏଲଟିଟିରୁ ମେ’ ୨୦ ଏବଂ ୨୭ ତାରିଖ ଦିନ ବାତିଲ ରହିବ।

ସେହିଭଳି ୦୨୮୮୦/୦୨୮୭୯ ଭୁବନେଶ୍ୱର-ଏଲଟିଟି-ଭୁବନେଶ୍ୱର ସାପ୍ତାହିକ ବିଶେଷ ଏକ୍ସପ୍ରେସ୍ ଟ୍ରେନ୍ ଭୁବନେଶ୍ୱର ଠାରୁ ମେ’ ୧୭, ୨୦, ୨୪ ଏବଂ ୨୭ ତାରିଖ ଦିନ ଯାତ୍ରା କରିବନାହିଁ ଏବଂ ଏଲଟିଟିରୁ ମଧ୍ୟ ୧୯, ୨୨, ୨୬ ଏବଂ ୨୯ ତାରିଖ ଦିନ ଗଡ଼ିବନି। ୦୭୪୮୮/୦୭୪୮୭ ବିଶାଖାପାଟନମ୍-କଡ଼ପା-ବିଶାଖାପାଟନମ୍ ଦୈନନ୍ଦିନ ଚଳାଚଳ କରୁଥିବା ବିଶେଷ ଟ୍ରେନ ବିଶାଖାପାଟନରୁ ୧୪ ରୁ ୩୧ ତାରିଖ ମଧ୍ୟରେ ଏବଂ କଡ଼ପା ଠାରୁ ମେ’ ୧୫ ତାରିଖରୁ ଜୁନ ମାସ ପହିଲା ମଧ୍ୟରେ ବାତିଲ୍ ରହିବ। ସମାନ ଭାବେ ୦୨୮୩୧/୦୨୮୩୨ ବିଶାଖାପାଟନମ୍-ଲିଙ୍ଗମପଲ୍ଲୀ-ବିଶାଖାପାଟନମ୍ ଦୈନନ୍ଦିନ ଚଳାଚଳ କରୁଥିବା ବିଶେଷ ଟ୍ରେନ ବିଶାଖାପାଟନମ୍ ଠାରୁ ମେ’୧୪ ରୁ ୩୧ ତାରିଖ ମଧ୍ୟରେ ଏବଂ ଲିଙ୍ଗମପଲ୍ଲୀ ଠାରୁ ମେ’୧୫ ତାରିଖରୁ ଜୁନ ମାସ ପହିଲା ମଧ୍ୟରେ ଚାଲିବନି।