ରିଲିଜ ହେଲା ବଲିଉଡ ଫିଲ୍ମ ‘ଶକୁନ୍ତଳା ଦେବୀ’ର ଟ୍ରେଲର

ମୁମ୍ବାଇ,ଏଜେନ୍ସି: ଚଳିତ ମାସ ଶେଷସୁଦ୍ଧା ଆଉ ଜଣେ ଭାରତୀୟଙ୍କ ବାୟୋପିକଙ୍କ ଫିଲ୍ମ ଆସିବାକୁ ଯାଉଛି। ମହାନ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ ‘ଶକୁନ୍ତଳା ଦେବୀ’ ଆସନ୍ତା ୩୧ ତାରିଖରେ ରିଲିଜ ହେବ। ତେବେ ଗତକାଲି ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ଏହାକୁ ୫.୪ ମିଲିୟନ ଲୋକ ଦେଖିସାରିଲେଣି।

ଏହି ଫିଲ୍ମଟି ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହେବ। ହ୍ୟୁମାନ କମ୍ପ୍ୟୁଟର କୁହାଯାଉଥିବା ମହାନ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଚରିତ୍ରରେ ନଜର ଆସିବେ ବିଦ୍ୟାବାଲନ। ସେହିପରି ଫିଲ୍ମରେ ବିଦ୍ୟାଙ୍କ ସହ ସ୍କ୍ରିନ ସେୟାର କରିଛନ୍ତି ସନ୍ୟା ମଲହୋତ୍ରା। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନୁ ମେନନ।