ଭୁବନେଶ୍ୱର,ଏନ୍ଏନ୍ଏସ୍ : ଆସନ୍ତାକାଲିଠାରୁ ଘରୁ ପଦାକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଘରେ ପ୍ରସ୍ତୁତ କରି ଏହାକୁ ବ୍ୟବହାର କରାଯାଇ ପାରିବ ଓ ଏଥିପାଇଁ ବଜାରରେ ବିକ୍ରି ହେଉଥିବା ମାସ୍କ ଅତ୍ୟନ୍ତ ଜରୁରୀ ନୁହେଁ । କରୋନା ଲଢ଼େଇରେ ମାସ୍କ ଏକ ବଡ଼ ଅସ୍ତ୍ର ସାବ୍ୟସ୍ତ ହୋଇ ପାରିବ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କରୋନା ସମ୍ବନ୍ଧୀୟ ମୁଖପାତ୍ର ସୁବ୍ରତ ବାଗଚୀ । ସେ କହିଛନ୍ତି କରୋନାରୁ ସୁରକ୍ଷିତ ରହିବାକୁ ସରକାର ବିଭିନ୍ନ ନିର୍ଦେଶନାମା ଜାରି କରିଛନ୍ତି ।
ସାମାଜିକ ଦୂରତ୍ୱ କଥା ବାରମ୍ବାର କୁହାଯାଉଛି । ତେଣୁ ସରକାରଙ୍କ ପକ୍ଷରୁ ଯେତେବେଳେ ଯେଉଁ ନିର୍ଦ୍ଦେଶ ଦିଆଯାଉଛି ତାହାର ପାଳନର ଆବଶ୍ୟକତା ରହିଛି । କରୋନା ରୋଗୀମାନଙ୍କ ଚିହ୍ନଟ ଓ କରୋନାକୁ ନିୟନ୍ତ୍ରଣ ନିମନ୍ତେ ସରକାର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ କଂଟେନମେଂଟଣ୍ଟଜୋନ କରାଯାଇଛି । ଆସନ୍ତାକାଲିଠାରୁ ସରକାର ସାଧାରଣ ଲୋକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରିଛନ୍ତି । ମାସ୍କ ନ ଥିଲେ ମୁହଁ ଓ ନାକକୁ ଆବୃତ୍ତ କରିବା ପରି ରୁମାଲ ବାନ୍ଧି ପାରିବେ । ମହିଳାମାନେ ଏଥିପାଇଁ ଓଢ଼ଣୀ ଓ ପୁରୁଷମାନେ ଗାମୁଛା ବ୍ୟବହାର କରିବାରେ ବାଧା ନାହିଁ । ତେବେ ବାହାରୁ ଘରକୁ ଫେରିବା ପରେ ମାସ୍କ, ରୁମାଲ, ଓଢ଼ଣୀ ବା ଗାମୁଛାକୁ ଭଲ ଭାବରେ ସାବୁନ ଓ ଗରମ ପାଣିରେ ସଫା କରି ଖରାରେ ଶୁଖାଇବା ଆବଶ୍ୟକ ବୋଲି ପରାମର୍ଶ ଦିଆଯାଇଛି ।