ଆସନ୍ତାକାଲି ୟେସ୍ ବ୍ୟାଙ୍କରେ ଜମା ରଖାଯାଇଥିବା ଜଗା ଟଙ୍କା ଉଠାଯିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି। ଆଜି ସନ୍ଧ୍ୟାରେ ସରୁଛି ଜମା ଥିବା ଟଙ୍କାର ମୋରୋଟୋରିୟମ ପିରିୟଡ। ୟେସ ବ୍ୟାଙ୍କରେ ଶ୍ରୀମନ୍ଦିରର ୫୪୫ କୋଟି ଜମା ରଖାଯାଇଛି। କାଲି ୩୮୯ କୋଟି ଟଙ୍କା ଫେରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବ୍ୟାଙ୍କର ଦେବାଳିଆ ସ୍ଥିତି ପରେ ଟଙ୍କା ଫେରିବା କି ନାହିଁ ସେ ନେଇ ଆଶଙ୍କା ପ୍ରକାଶ ପାଇଥିଲା।
ଏହାକୁ ନେଇ ରାଜନୀତି ହୋଇଥିଲା। ବିଜେଡି ସାଂସଦ ମାନେ ଦିଲ୍ଲୀରେ ଅର୍ଥମନ୍ତ୍ରୀଙ୍କୁ ଭେଟି ସ୍କାରକ ପତ୍ର ଦେଇଥିଲେ। ଆଜି ସନ୍ଧ୍ୟା ୬ଟାରୁ ପୁଣି ଥରେ ପୂର୍ଣ୍ଣକାଳିନ ଭାବେ ବ୍ୟାଙ୍କିଂ ସେବା ଯୋଗାଇଦେବ ୟେସ୍ ବ୍ୟାଙ୍କ। ଏନେଇ ନିକଟରେ ବ୍ୟାଙ୍କ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଥିଲା। ତେବେ କେନ୍ଦ୍ର ସରକାର ଓ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହି ଘରୋଇ ବ୍ୟାଙ୍କର ପୁର୍ନରଉଦ୍ଧାର ପାଇଁ ସହଯୋଗର ହାତ ବଢ଼ାଇବା ପରେ ଏହା ସମ୍ଭବ ହେବାକୁ ହୋଇପାରିଛି।
ଏହି ସୁବିଧା ଉଭୟ ଡିଜିଟାଲ ଓ କାଉଁଂଟରରେ ଉପଲବ୍ଧ ହେବ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।