ଆଜି ରାଜ୍ୟରେ ୧୨୦୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୧୨୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୯୪୪୧୫କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୬୯୭ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୫୦୪ ଜଣ ସ୍ଥାନୀୟବ୍ୟକ୍ତି ସଂକ୍ରମିତ ହୋଇଛନ୍ତି।

 

ଆଜି ଅନୁଗୁଳ ଜିଲ୍ଲାରୁ ୪୯ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୪୮, ବରଗଡରୁ ୫୮, ଭଦ୍ରକରୁ ୨୭, ବଲାଙ୍ଗିରରୁ ୫୨, ବୌଦ୍ଧରୁ ୮, କଟକରୁ ୬୯, ଦେବଗଡରୁ ୫, ଢେଙ୍କାନାଳରୁ ୧୪, ଗଜପତିରୁ ୨, ଗଞ୍ଜାମରୁ ୬୧, ଜଗତସିଂହପୁରରୁ ୭୩, ଯାଜପୁରରୁ ୨୮, ଝାରସୁଗୁଡାରୁ ୩୫, କଳାହାଣ୍ଡିରୁ ୨୬, କନ୍ଧମାଳରୁ ୯, କେନ୍ଦ୍ରାପଡାରୁ ୪୩, କେନ୍ଦୁଝରରୁ ୩୨, ଖୋର୍ଦ୍ଧାରୁ ୧୩୨, କୋରାପୁଟରୁ ୨୮, ମାଲକାନଗିରିରୁ ୩୦, ମୟୂରଭଞ୍ଜରୁ ୭୩, ନବରଙ୍ଗପୁରରୁ ୨୪, ନୟାଗଡରୁ ୧୪, ନୂଆପଡାରୁ ୫୭, ପୁରୀରୁ ୪୩, ରାୟଗଡାରୁ ୧୫, ସମ୍ବଲପୁରରୁ ୩୧, ସୋନପୁରରୁ ୨୪, ସୁନ୍ଦରଗଡରୁ ୬୭ ଏବଂ ଷ୍ଟଟପୁଲରୁ ୨୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।