ମମିତା ମେହେର ହତ୍ୟା ମାମଲା, ଆଜି କଂଗ୍ରେସର ଓଡିଶା ବନ୍ଦ

ଭୁବନେଶ୍ୱର,ଏଜେନ୍ସି: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦରେ କଂଗ୍ରେସ ଆଜି ବନ୍ଦ ଡାକରା ଦେଇଛି। ଦଳ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ତେବେ ବନ୍ଦ ପାଇଁ କାହାକୁ ବନ୍ଦ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ସୁପ୍ରିମକୋର୍ଟ୍‌କ ଦ୍ୱାରା ପ୍ରଣୀତ ଗାଇଡ୍‌ଲାଇନ୍ କଡାକଡି ଭାବେ ପାଳନ କରିବାକୁ କହୁଛନ୍ତି।

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜନୀତି ଥମିବାରେ ନାଁ ନେଉନାହିଁ। ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ବିରୋଧି ଦଳ। ଏହାସହ ଇସ୍ତଫା ମଧ୍ୟ ଦାବି କରୁଛନ୍ତି। ହତ୍ୟା ଓ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ସାରା ରାଜ୍ୟରେ ଶୁକ୍ରବାର ୬ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି। ତେବେ ହାଇକୋର୍ଟ ବନ୍ଦ ନାଁରେ ଦୋକାନ ବଜାର ଓ ଅଖ ଚକ କରାଯାଇପାରିବନି ବୋଲି ଗୁରୁବାର ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି।

ଏହାସହ ଦଳ ପକ୍ଷରୁ ନୁହେଁ କେବଳ ହରତାଳ କରାଯିବ ବୋଲି କୁହାଯାଇଛି। ତେବେ ଶୁକ୍ରବାର ଦଳର କର୍ମୀମାନେ ସକାଳୁ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ନାରାବାଜି କରୁଥିବା ଦେଖିବାକୁ ମିଳିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ସ୍ୱତଃପ୍ରବୃତ ଭାବେ ବନ୍ଦରେ ସାମିଲ ହେବାକୁ ଅପିଲ କରିଛନ୍ତି।