ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୭ ତାରିଖରେ ବିଶ୍ଵ ପର୍ଯ୍ୟଟନ ଦିବସ ପାଳନ କରାଯାଏ। ଅନେକ ଗ୍ରାମାଞ୍ଚଳରେ ପର୍ଯ୍ୟଟନ ହେଉଛି ଅର୍ଥନୈତିକ ସୁଦୃଢର ମାଧ୍ୟମ। ତେବେ କରୋନା ଭାଇରସର ପ୍ରଭାବ ପର୍ଯ୍ୟଟନ ଉପରେ ମଧ୍ୟ ପଡିଛି। କୋଭିଡ -୧୯ ମହାମାରୀ ହେତୁ ଏହି ପର୍ଯ୍ୟଟନ ଶିଳ୍ପରେ ଅଧିକ କ୍ଷତି ହୋଇଛି। ମିଳିତ ଜାତିସଂଘ ବିଶ୍ୱ ପର୍ଯ୍ୟଟନ ସଙ୍ଗଠନର ତଥ୍ୟ ଅନୁଯାୟୀ ପର୍ଯ୍ୟଟନ ଶିଳ୍ପରେ ପ୍ରାୟ ୧୦୦ ରୁ ୧୨୦ ନିୟୁତ ଲୋକ ଚାକିରି ହରାଇଛନ୍ତି।
ଆଜି ପର୍ଯ୍ୟଟନ ଦିବସରେ ମନ୍ତ୍ରୀ ଯ୍ୟୋତି ପାଣିଗ୍ରାହୀ ଏ ନେଇ ବଡ଼ ସୂଚନା ଦେଇଛନ୍ତି। ଅକ୍ଟୋବର ମାସରୁ ରାଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବ। କୋଭିଡ କଟକଣା ଭିତରେ ରଜ୍ୟର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବ। କୋଭିଡ ଗାଇଡ ଲାଇନକୁ କଡାକଡ଼ି ପାଳନ କରାଯିବ। ଏଥିପାଇଁ ଖୁବ ଶୀଘ୍ର ଏକ ସ୍ୱତନ୍ତ୍ର ଗାଇଡ ଲାଇନ ଜାରି କରାଯିବ। ହେଲେ ମନ୍ଦିର ଖୋଲିବ କି ନାହିଁ ମନ୍ଦିର ପ୍ରଶାସନ ଓ ଆଇନ ମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ଯ୍ୟୋତି ପାଣିଗ୍ରାହୀ କହିଛନ୍ତି।