ପ୍ରବାଦ ପୁରୁଷ ବିଶିଷ୍ଟ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଜି ଶ୍ରାଦ୍ଧ ବାର୍ଷିକ। ସମଗ୍ର ମାନବ ସମାଜ କରୋନା ମହାମାରୀ ବିରୋଧରେ ଲଢ଼େଇ କରୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରବାଦ ପୁରୁଷଙ୍କ ଶ୍ରାଦ୍ଧ ଦିବସକୁ ନିରାଡମ୍ବର ଭାବେ ପାଳନ କରାଯିବ। ଏହି ଅବସରରେ ସାମାଜିକ ଦୂରତା ରକ୍ଷା କରି ବିଜୁ ଜନତା ଦଳର ଅଗଣିତ କର୍ମୀ ଓ ଦଳର ନେତୃବୃନ୍ଦ ନିଜ ନିଜ ଘରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ପ୍ରଦାନ କରିବେ। ଏଥିସହ ପ୍ରବାଦ ପୁରୁଷଙ୍କ ଦେଶ ତଥା ଓଡ଼ିଆ ଜାତି ପ୍ରତି ଥିବା ତ୍ୟାଗପୁତ ଜୀବନୀ ସମ୍ପର୍କରେ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବେ।
