ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ ଜନ୍ମ ବାର୍ଷିକ ରାଜ୍ୟ By Nitidin Last updated Mar 5, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ବାର୍ଷିକ। ଏହି ଅବସରରେ ଆଜି ବିଜୁ ପଟ୍ଟନାୟକ ପାର୍କ ଠାରେ ମିନି ମାରାଥନ୍ ଅନୁଷ୍ଠିତ ହୋଇଛି। ଏହି ମିନି ମାରାଥନ୍ ଉତ୍ସବକୁ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା ଉଦଘାଟନ କରିଥିଲେ। ଅନ୍ୟପଟେ ଆଜି ପଞ୍ଚାୟତିରାଜ ଦିବସ ମଧ୍ୟ ପାଳନ ହେଉଛି। ଏ ନେଇ ଆଜିର ଦିନକୁ ଓଡ଼ିଶାରେ ବହୁ ଆଡମ୍ବରରେ ଦୁଇ ସପ୍ତାହ ବ୍ୟାପୀ ପାଳନ କରାଯିବ। ପଞ୍ଚାୟତଠୁ ନେଇ ପୌରାଞ୍ଚଳ ପର୍ୟ୍ୟନ୍ତ ସବୁଠି ସଭା ସମିତି ମାଧ୍ୟମରେ ସରକାରଙ୍କ ଦୁଇ ଦଶନ୍ଧିର ସଫଳ ଯାତ୍ରା ବିଷୟରେ ବଖାଣିବେ ଦଳର ସମସ୍ତ କାର୍ୟ୍ୟକର୍ତ୍ତା। ପଞ୍ଚାୟତରାଜ ଦିବସ ବା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ପାଳନ ପାଇଁ କଟକ ତଳ ବାଲିଯାତ୍ରା ପଡ଼ିଆରେ ମଞ୍ଚ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ବଡ଼ ଘୋଷଣା କରିପାରନ୍ତି ବୋଲି ସମସ୍ତଙ୍କର ଆଶା ରହିଛି। ଏଥିସହ ମୁଖ୍ୟମନ୍ତ୍ରୀ ପ୍ରଥମେ ବାରାବାଟୀ ଷ୍ଟାଡ଼ିୟମରେ ଏସଡ଼ିସି କପ ଫୁଟବଲ ଫାଇନାଲ ମ୍ୟାଚରେ ଯୋଗଦେବେ। ପରେ ହାଡ଼ିଆପଠାରେ ହେବାକୁ ଥିବା ବିଶ୍ୱସ୍ତରୀୟ ବା ୱାଲର୍ଡ କ୍ଲାସ ମେଡିକାଲର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ୟ୍ୟକ୍ରମ ରହିଛି। ଅନ୍ୟପଟେ ଜଣାଶୁଣା ବାଲୁକା କଳାକାର ସୁଦର୍ଶନ ପଟ୍ଟନାୟକ ତାଙ୍କର ୧୦୪ ତମ ଜନ୍ମ ବାର୍ଷିକୀରେ ପୁରୀ ସମୁଦ୍ର କୂଳରେ ବିଜୁ ବାବୁଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏବ ବାଲୁକା କଳାକୃତି ପ୍ରଦର୍ଶନ କରିଛନ୍ତି। Share