ଆଜି ସନ୍ଧ୍ୟା ସାଢ଼େ ୫ଟା ବସିବ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ସନ୍ଧ୍ୟା ସାଢ଼େ ୫ଟାରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନର ତୃତୀୟ ମହଲାରେ ଥିବା ଭିଡିଓ କନଫେରେନ୍ସିଂ ହଲରେ ଏହି ବୈଠକ ହେବ। ଏଥିରେ ଭୁବନେଶ୍ୱରରେ ଥିବା ମନ୍ତ୍ରୀମାନେ ସାମିଲ ହେବାକୁ ନିଷ୍ପତ୍ତି ହୋଇଛି। ସେହିପରି ଯେଉଁ ମନ୍ତ୍ରୀମାନେ ନିଜ ଅଞ୍ଚଳରେ ଅଛନ୍ତି, ସେମାନେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ବୈଠକରେ ଯୋଗଦେବେ।

ଆଜିର ଏହି ବୈଠକରେ ପଞ୍ଚାୟତିରାଜ, ସ୍ୱାସ୍ଥ୍ୟ, ପଞ୍ଚାୟତ ଓ ରାଜସ୍ୱ ଭଳି ବିଭାଗ ସମେତ ଅନ୍ୟ ବିଭାଗର ୧୮ଟି ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।