୩୦ ଜିଲ୍ଲାରୁ ଆଜି ୧୬୧୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟର ୩୦ ଜିଲ୍ଲାରୁ ଆଜି ୧୬୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା୨୮୭୦୯୯କୁ ବୃଦ୍ଧି ପାଇଛି। ଏକ୍ରାନ୍ତଙ୍କ ମଧ୍ୟରେ ୯୪୧ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୭୬୭ଜଣ ସ୍ଥାନୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି।

ଆଜି ଅନୁଗୁଳ ଜିଲ୍ଲାରୁ ୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୭୬, ବରଗଡରୁ ୩୫, ଭଦ୍ରକରୁ ୩୦, ବଲାଙ୍ଗିରରୁ ୬୮, ବୌଦ୍ଧରୁ ୧୯, କଟକରୁ ୧୨୮, ଦେବଗଡରୁ ୧୧, ଢେଙ୍କାନାଳରୁ ୪୫, ଗଜପତିରୁ ୮, ଗଢ୍ଜାମରୁ ୨୦, ଜଗତସିଂହପୁରରୁ ୮୦, ଯାଜପୁରରୁ ୪୦, ଝାରସୁଗୁଡାରୁ ୩୯, କଳାହାଣ୍ଡିରୁ ୮୪, କନ୍ଧମାଳରୁ ୧୪, କେନ୍ଦ୍ରାପଡାରୁ ୫୪, କେନ୍ଦୁଝରରୁ ୫୩, ଖୋର୍ଦ୍ଧାରୁ ୨୨୨, କୋରାପୁଟରୁ ୩୨, ମାଲକାନଗିରିରୁ ୧୭, ମୟୁରଭଞ୍ଜରୁ ୮୫, ନବରଙ୍ଗପୁରରୁ ୩୩, ନୟାଗଡରୁ ୪୦, ନୂଆପଡାରୁ ୫୯, ପୁରୀରୁ ୭୬, ରାୟଗଡାରୁ୧୫, ସମ୍ବଲପୁରରୁ ୨୨, ସୋନପୁରରୁ୮, ସୁନ୍ଦରଗଡରୁ ୯୩ ଏବଂ ଷ୍ଟେଟପୁଲରୁ ୩୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।