ନିଜାମୁଦ୍ଦିନ ଧାର୍ମିକ ସମାବେଶରୁ ଫେରିଥିବା ୩ ଜଣଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି : ସୁବ୍ରତ ବାଗଚୀ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଓଡିଶାରେ ବର୍ତ୍ତମାନ ସେହି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ । ଏଯାବତ୍ ରାଜ୍ୟରେ ମୋଟ୍ ୪୭୩ ନମୁନାର ପରୀକ୍ଷା ହୋଇଥିବା ବେଳେ ୪୭୦ ନମୂନା ନେଗେଟିଭ୍ ଆସିଛି । ଅନଲାଇନ୍ ଓ ୧୦୪ରେ ମୋଟ୍ ୧୧ ହଜାର ୫୭୫ ଜଣ ପଞ୍ଜୀକରଣ କରିଛନ୍ତି । ଆଉ ଏଯାବତ୍ ୪ ହଜାର ୩୧୩ ଜଣ ବିଦେଶ ଫେରନ୍ତା ଅଛନ୍ତି । ତେବେ ସବୁଠାରୁ ଚର୍ଚାରେ ଥିବା ନିଜାମୁଦ୍ଦିନ ଧାର୍ମିକ ସଭାରୁ ଫେରିଥିବା ୩ ଜଣ କ୍ୱାରେନଟାଇନ୍ରେ ଅଛନ୍ତି । ଏହା ସହ ଅନ୍ୟମାନଙ୍କୁ ଉପରେ ନଜର ରଖାଯାଇଥିବା କହିଛନ୍ତି ବାଗଚୀ ।