ଲିଙ୍କନ୍ ସେଣ୍ଟରରେ ଆୟୋଜିତ ହେବ ତିନି ଦିନିଆ ଭାରତୀୟ ସାଂସ୍କୃତିକ ମହୋତ୍ସବ
ନୀତା ଅମ୍ବାନୀଙ୍କ ଅଭିନବ ପ୍ରୟାସ କ୍ରମେ.. ସପ୍ତାହାନ୍ତ କାର୍ଯ୍ୟକ୍ରମ ପାଇ ଜୁନ୍ ଶେଷ ଭାଗରେ ଟିକେଟ୍ ବିକ୍ରି ଆରମ୍ଭ ହେବ
ରିଲାଏନ୍ସ ଫାଉଣ୍ଡେସନ୍ର ଅଧ୍ୟକ୍ଷା ନୀତା ଅମ୍ବାନୀ ଯେତେବେଳେ ଯୁବାବସ୍ଥାରେ ପଦାର୍ପଣ କରିଥିଲେ ଏବଂ ନିଜକୁ ଜଣେ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ ଭାବେ ପ୍ରତିଷ୍ଠିତ କରିବାର ସ୍ୱପ୍ନ ଦେଖୁଥିଲେ ସେତେବେଳେ ଏକ ମଞ୍ଚ ପାଇପାରିନଥିଲେ । ତାଙ୍କ ପରିବାର ମଧ୍ୟ ତାଙ୍କୁ ଏପରି ଏକ ମଞ୍ଚ ଯୋଗାଇଦେଇପାରିନଥିଲେ । ସେ ନିଜ ଜୀବନର ପ୍ରଥମ ଭାରତନାଟ୍ୟମ୍ କୃତୀତ୍ୱକୁ ମଞ୍ଚ ବଦଳରେ ଏକ ମନ୍ଦିରରେ ପ୍ରଦର୍ଶନ କରିଥିଲେ । ଶ୍ରୀମତୀ ଅମ୍ବାନୀ ନିଜ ଅଭୁଲା ସ୍ମୃତି ତଥା ଅତୀତର ସେହି ସମୟକୁ ମନେ ପକାଇ କହନ୍ତି ଯେ, “ଏହା ସେହି ସମୟ ଥିଲା ଯେତେବେଳେ କଳା ଏବଂ କାରିଗରମାନଙ୍କ ପାଇଁ କିଛି କରିବାର ମଞ୍ଜି ପୂର୍ଣ୍ଣାଙ୍ଗ ଆକାର ନେଉଥିଲା ।’
ଦଶନ୍ଧି ପରେ, ରିଲାଏନ୍ସ ଫାଉଣ୍ଡେସନ୍ର ଅଧ୍ୟକ୍ଷା ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି, କୋଟିପତି ମୁକେଶ ଅମ୍ବାନୀଙ୍କ ପତ୍ନୀ ଭାବରେ, ସେ ୨୦୨୩ରେ ମୁମ୍ବାଇ ଠାରେ ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (ଏନ୍ଏମ୍ଏସିସି)’ର ଉଦ୍ଘାଟନ କରିଥିଲେ । ଯେଉଁ ସମସ୍ୟା ସେ ନିଜ ବାଲ୍ୟ ତଥା ଯୁବାବସ୍ଥାରେ ସାମ୍ନା କରିଥିଲେ ସେପରି ସ୍ଥିତି ଅନ୍ୟ କୌଣସି ଯୁବ କଳାକାରଙ୍କ ଜୀବନରେ ନଆସୁ’ ସମସ୍ତ କଳାକାରଙ୍କୁ ନିଜ ସାମର୍ଥ୍ୟ ପ୍ରତିପାଦନ କରିବା ପାଇଁ ଉପଯୁକ୍ତ ମଞ୍ଚ ମିଳୁ’ ଏହି ଲକ୍ଷ୍ୟ ନେଇ ସେ ଏହି ସାଂସ୍କୃତି କେନ୍ଦ୍ରର ପରିକଳ୍ପନା ସାଙ୍ଗକୁ ସାକାର ମଧ୍ୟ କରିଥିଲେ । ତିନି ଦିନ ଧରି ଚାଲିଥିବା ଏହି ଉଦ୍ଘାଟନୀ ଉତ୍ସବକୁ “ଇଣ୍ଡିଆ’ଜ୍ ମେଟ୍ ଗାଲା’ ର ନାମ ଦିଆଯାଇଥିଲା । ଚମକଦାର ନୂତନ ସାଂସ୍କୃତିକ ଅନୁଷ୍ଠାନର ଦ୍ୱାର ଦେଶରେ ଲାଲ କାର୍ପେଟ୍ ଉପରେ ଆଗମନ କରିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଜେଣ୍ଡାୟା, ଶାହରୁଖ ଖାନ, ଗିଗି ହାଦିଦ୍, ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନାସ୍, ଆଲିଆ ଭଟ୍ଟ ଏବଂ ଏମା ଚାମ୍ବରଲେନ୍ ସାମିଲ ଥିଲେ । ସମସ୍ତେ ଭାରତୀୟ କାରିଗରୀଙ୍କୁ ସମ୍ମାନ ଜଣାଇବା ପୂର୍ବକ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଚମତ୍କାର ପୋଷାକ ପିନ୍ଧିଥିଲେ ।
ତୁଳନାଗୁଡ଼ିକ ଯଥାର୍ଥ ଏବଂ ହୁଏତ ଉଦ୍ଦେଶ୍ୟମୂଳକ ମନେହୁଏ: ଶ୍ରୀମତୀ ଅମ୍ବାନୀ ବିଶ୍ୱର ପ୍ରସିଦ୍ଧ ସାଂସ୍କୃତିକ ସ୍ଥାନଗୁଡ଼ିକୁ ପରିଦର୍ଶନ କରି ଏନ୍ଏମ୍ଏସିସି ସ୍ଥାପନ କରିବାକୁ ପ୍ରେରଣା ପାଇଥିଲେ, ଯେଉଁଥିରେ ‘ଦି ମେଟ୍’ ମଧ୍ୟ ଅନ୍ତର୍ଭୁକ୍ତ – ଯେଉଁଠାରେ ତାଙ୍କୁ ୨୦୧୯ରେ ସମ୍ମାନଜନକ ଟ୍ରଷ୍ଟି ଭାବରେ ନାମିତ କରାଯାଇଥିଲା । ନୀତାଙ୍କ କହିବାନୁସାରେ “ସେ ନିଜ ପିଲାମାନଙ୍କ ସହିତ ଲିଙ୍କନ୍ ସେଣ୍ଟର ଏବଂ ସିଡ୍ନୀ ଅପେରା ହାଉସ୍ ପରିଦର୍ଶନ କରିବା ପରେ, ଭାବିଥିଲେ ଯେ ଭାରତରେ କାହିଁକି ଏପରି ସ୍ଥାନ ହୋଇପାରିବ ନାହିଁ’ । ସେ ଏପରି ଏକ ସ୍ଥାନ ସୃଷ୍ଟି କରିବାକୁ ଆଗ୍ରହୀ ଥିଲେ ଯାହା ଭାରତୀୟ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରିପାରିବ, ତେଣିକି ତାହା ନୃତ୍ୟ, ନାଟକ କିମ୍ବା ସଙ୍ଗୀତ ମାଧ୍ୟମରେ ହେଉ କିମ୍ବା ଲୋକକଥା, କଳା ଏବଂ ହସ୍ତଶିଳ୍ପ ମାଧ୍ୟମରେ ହେଉ । ଏହି ଦୃଷ୍ଟିକୋଣକୁ ସାକାର କରିବା ପାଇଁ ତାଙ୍କୁ ୧୦ ବର୍ଷ ଲାଗିଗଲା । କିନ୍ତୁ ପରିଶେଷରେ ଏହା ସାକାର ରୂପ ନେଇଥିଲା, ଯେଉଁଥିରେ ଅତ୍ୟାଧୁନିକ ପ୍ରଦର୍ଶନ ସ୍ଥାନ ଏବଂ ଦୃଶ୍ୟ କଳା ଗ୍ୟାଲେରୀ ଅନ୍ତର୍ଭୁକ୍ତ । ଏଠାରେ ବ୍ରଡୱେ ମ୍ୟୁଜିକାଲ୍ସ ମାମା ମିଆ!, ‘ଦି ଫାଣ୍ଟମ୍ ଅଫ୍ ଦି ଅପେରା ଠାରୁ ଆରମ୍ଭ କରି କଥକ ପ୍ରଦର୍ଶନ ଏବଂ ବଙ୍ଗଳା କନସର୍ଟ ପର୍ଯ୍ୟନ୍ତ ସବୁକିଛି ଆୟୋଜନ ବା ମଞ୍ଚସ୍ଥ କରାଯାଇଛି । ଏତଦ୍ବ୍ୟତୀତ ଏହା ୟାୟୋଇ କୁସମା, ଆଣ୍ଡି ୱାରହୋଲ ଏବଂ ଡାନ୍ ଫ୍ଲାଭିନଙ୍କ ଭଳି କଳାକାରଙ୍କ ପାଇଁ ଏକ ପ୍ରତିଷ୍ଠିତ ଏକ ଦୃଶ୍ୟ କଳା ସ୍ଥାନ ମଧ୍ୟ ସାଜିପାରିଛି ।
ଏନ୍ଏମ୍ଏସିସି ଉଦ୍ଘାଟନ ପର ଠାରୁ ଶ୍ରୀମତୀ ଅମ୍ବାନୀ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବ୍ୟସ୍ତବହୁଳ ରହିଆସିଛନ୍ତି । ଗତବର୍ଷ ସାନ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ପାଇଁ ସେ ଯେଉଁ ୬୦୦ ମିଲିଅନ ଡଲାରର ବ୍ୟୟସାପେକ୍ଷ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ, ତାହାକୁ କିଏ ଭୁଲିପାରିବ । ଏହି ବିବାହ କାର୍ଯ୍ୟକ୍ରମରେ ଚମତ୍କାର ଅଳଙ୍କାର ଏବଂ ପୋଷାକ ସହିତ ବିଶ୍ୱସ୍ତରୀୟ ମେଗାଷ୍ଟାରମାନେ (ଖେଳାଳିଙ୍କ ଠାରୁ ଆରମ୍ଭ କରି ରାଜନେତା, ଅଭିନେତାଙ୍କ ଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ) ଯୋଗ ଦେଇଥିଲେ । ଏଥିସହ ନୀତା ଅମ୍ବାନୀ ଗତ ମାସରେ ଆମେରିକା ଗସ୍ତରେ ରହିଥିଲେ । ଆମେରିକାରେ ଏନ୍ଏମ୍ଏସିସି’ର ପରାକାଷ୍ଠାକୁ ପ୍ରତିପାଦିତ କରିବା ଉଦ୍ଦେଶ୍ୟରେ ସେ ନ୍ୟୁୟର୍କରେ ରହିଥିଲେ । ସେପ୍ଟେମ୍ବର ୧୨ରୁ ୧୪ ପର୍ଯ୍ୟନ୍ତ, ଦୀର୍ଘ ୩ଦିନ ଧରି ନ୍ୟୁୟର୍କ ସହରରେ ଅବସ୍ଥିତ ଲିଙ୍କନ୍ ସେଣ୍ଟରରେ ଏନ୍ଏମ୍ଏସିସି ପକ୍ଷରୁ ନୃତ୍ୟ, ସଙ୍ଗୀତ, ଫ୍ୟାଶନ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହି ୩ ଦିନ ଧରି ଏନ୍ଏମ୍ଏସିସି ଲିଙ୍କନ୍ ସେଣ୍ଟର ଉପରେ ଦବ୍ଦବା ଜାରି ରଖିଛି । ଶ୍ରୀମତୀ ଅମ୍ବାନୀ କହିଛନ୍ତି ଯେ, “ଆମେ ଦେଖିବାକୁ ଚାହୁଁଛୁ ଯେ, ଆମେ କିପରି ଭାରତୀୟ କଳା ଏବଂ କଳାକାରମାନଙ୍କୁ ବିଶ୍ୱର ସୃଜନଶୀଳ କଳ୍ପନାର ସାମ୍ନା ଏବଂ କେନ୍ଦ୍ରରେ ରଖିପାରିବୁ’ ଏହି ଦୃଷ୍ଟିକୋଣରୁ ଲିଙ୍କନ୍ ସେଣ୍ଟର ଠାରୁ ଭଲ ସ୍ଥାନ ଆଉ କିଛି ନାହିଁ ।” ଶ୍ରୀମତୀ ଅମ୍ବାନୀଙ୍କ କହିବାନୁସାରେ “ସଂସ୍କୃତି ଲୋକଙ୍କୁ ଏକାଠି ବାନ୍ଧିଥାଏ’, ଏହା ସହାନୁଭୂତି ସୃଷ୍ଟି କରେ, ଏହା ଆପଣଙ୍କୁ ଭିନ୍ନତାକୁ ସମ୍ମାନ କରିବାକୁ, ଅନ୍ୟ ସଂସ୍କୃତିକୁ ସମ୍ମାନ କରିବାକୁ ଶିଖାଏ । ବିଶ୍ୱକୁ ଏହା ପୂର୍ବାପେକ୍ଷା ବର୍ତ୍ତମାନ ଅଧିକ ଆବଶ୍ୟକ ।’
ଚଳିତ ବର୍ଷ ଲିଙ୍କନ୍ ସେଣ୍ଟରରେ ଏନ୍ଏମ୍ଏସିସି କାର୍ଯ୍ୟକ୍ରମ ଏକ ଭବ୍ୟ ସ୍ୱାଗତ ସହିତ ଆରମ୍ଭ ହେବ, ଯେଉଁଠାରେ ନିମନ୍ତ୍ରିତ ବ୍ୟକ୍ତିମାନଙ୍କୁ ବିଭିନ୍ନ ଡିଜାଇନ୍ରେ ପ୍ରସ୍ତୁତ ପୋଷାକ ପରିଧାନ ପୂର୍ବକ ଗାଲା ରେଡ୍ କାର୍ପେଟ୍ରେ ଚାଲୁଥିବାର ଦେଖିବାକୁ ମିଳିିବ । ଅମ୍ବାନୀଙ୍କ ହସ୍ତତନ୍ତ ଏମ୍ପୋରିୟମ୍ ‘ସ୍ୱଦେଶ’ ପାଇଁ ଏକ ଫ୍ୟାଶନ୍ ଶୋ’ ଆଧାରରେ ଏହାକୁ କରାଯିବ । ପୋଷାକଗୁଡ଼ିକୁ ପ୍ରସିଦ୍ଧ ଡିଜାଇନର୍ ମନୀଷ ମାଲହୋତ୍ରାଙ୍କ ଦ୍ୱାରା ପ୍ରସ୍ତୁତ କରାଯିବ । ଏତଦ୍ବ୍ୟତୀତ, ପ୍ରସିଦ୍ଧ ସେଫ୍ ବିକାଶ ଖାନ୍ନାଙ୍କ ଦ୍ୱାରା ଖାଦ୍ୟ ପରିବେଷଣ କରାଯିବ । ବିକାଶ ଖାନା ନିଜ ପ୍ରତିକ୍ରିୟାରେ କହିଛନ୍ତି, “ଏନ୍ଏମ୍ଏସିସି’ ଭାରତକୁ ବିଶ୍ୱସ୍ତରରେ ବୁଝାଇବା ଦିଗରେ ଏକ ଉଲ୍ଲେଖନୀୟ ତଥା ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରୁଛି । ଭାରତକୁ ବିଶ୍ୱ ସମ୍ମୁଖରେ ପ୍ରଦର୍ଶନ କରିବା ପାଇଁ ଶ୍ରୀମତୀ ଅମ୍ବାନୀଙ୍କ ଦ୍ୱାରା ପ୍ରସ୍ତୁତ ଏହି ପ୍ଲାଟଫର୍ମ ଏବଂ ତାଙ୍କ ଦୃଷ୍ଟିକୋଣ ବେଶ୍ ଉଚ୍ଚକୋଟୀର । ଏଭଳି ଏକ କାର୍ଯ୍ୟକ୍ରମର ଅଂଶବିଶେଷ ହେବା ପ୍ରକୃତରେ ସମ୍ମାନର ବିଷୟ ।” ଶ୍ରୀ ଖାନ୍ନାଙ୍କ ମେନୁ (ଖାଦ୍ୟ ତାଲିକା) ଉପରେ ଏବେ କାମ (ପ୍ରସ୍ତୁତି) ଚାଲିଛି, ଯାହାକି ସମଗ୍ର ଭାରତ ବର୍ଷର କୋଣ ଅନୁକୋଣରେ ମିଳୁଥିବା ପ୍ରାୟ ସମସ୍ତ ସ୍ୱାଦର ଏକ ନିଆରା ସମ୍ଭାର ହେବ ବୋଲି ଆଶା କରାଯାଉଛି ।
ଏସବୁ ବାଦ୍ ବଲିଉଡ୍ର ଆଗଧାଡିର ଗାୟକ ଶଙ୍କର ମହାଦେବନ, ଗାୟିକା ଶ୍ରେୟା ଘୋଷାଲ ଏବଂ ଶାସ୍ତ୍ରୀୟ ସଂଗୀତଜ୍ଞ ରିଷଭ ଶର୍ମାଙ୍କ କନସର୍ଟ ବ୍ୟତୀତ, ଶ୍ରୀମତୀ ଅମ୍ବାନୀ ପାଞ୍ଚଟି ପ୍ରଦର୍ଶନ ପାଇଁ ଲିଙ୍କନ ସେଣ୍ଟରକୁ ଦି ଗ୍ରେଟ୍ ଇଣ୍ଡିଆନ୍ ମ୍ୟୁଜିକାଲ୍ ସଭ୍ୟତା ଆଣିବାକୁ ମଧ୍ୟ ପ୍ରସ୍ତୁତି କରୁଛନ୍ତି । ଲିଙ୍କନ୍ ସେଣ୍ଟରରେ ଏନ୍ଏମ୍ଏସିସିର ଓପନିଂ ବା ଉଦ୍ଘାଟନୀ କାର୍ଯ୍ୟକ୍ରମ ପାଇଁ ନିର୍ଦ୍ଦେଶକ ଫିରୋଜ ଆବାସ୍ ଖାନଙ୍କ ଦ୍ୱାରା ପ୍ରଥମେ ପରିକଳ୍ପନା କରାଯାଇଥିବା ଏହି ମେଗା ଇଭେଣ୍ଟରେ ପ୍ରାୟ ୭,୦୦୦ ବର୍ଷ ପୂର୍ବ ଭାରତୀୟ ଇତିହାସକୁ ପ୍ରଦର୍ଶନ କରାଯାଇଛି ଯେଉଁଥିରେ ୧୦୦ରୁ ଅଧିକ କଳାକାର, ସର୍ବାଧିକ ସେଟ୍ ଏବଂ ମନୀଷ ମାଲହୋତ୍ରାଙ୍କ ଦ୍ୱାରା ପୋଷାକ ମଧ୍ୟ ସାମିଲ ରହିଛି ।
ଶ୍ରୀମତୀ ଅମ୍ବାନୀ କହିଛନ୍ତି ଯେ, ଏପ୍ରକାର ଏକ କାର୍ଯ୍ୟକ୍ରମ ବିଷୟରେ ଚିନ୍ତା କରିବା ସମୟରେ, ତାଙ୍କ ମନରେ ଏକ ପ୍ରଶ୍ନ ଆସିଥିଲା ଯେ “ଏହାକୁ କିପରି ଗଣତାନ୍ତ୍ରିକ କରାଯାଇପାରିବ ଏବଂ ଏହାକୁ କିପରି ସୁଗମ କରିହେବ? କିପରି ସମସ୍ତଙ୍କୁ ଏହାର ଉପଭୋଗ କରିବାକୁ ସୁଯୋଗ ମିଳିପାରିବ? କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଲିଙ୍କନ୍ ସ୍କୋୟାରର ଡମରୋସ୍କ ପାର୍କ ଏକ ବିଶାଳ ବଜାରରେ ପରିଣତ ହେବ ଯେଉଁଥିରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏଡି ଷ୍ଟର୍ଣ୍ଣଙ୍କ ସହିତ ପ୍ରତିଦିନ ଯୋଗ ଅଧିବେଶନ, କ୍ରିକେଟ୍ ଉପରେ ଏକ ପ୍ୟାନେଲ୍ ଆଲୋଚନା, ଏବଂ ପ୍ରସିଦ୍ଧ ନୃତ୍ୟ ନିର୍ଦ୍ଦେଶକ ଶିୟମକ୍ ଡାଭରଙ୍କ ସହିତ ବଲିଉଡ୍ ନୃତ୍ୟ କର୍ମଶାଳା, ଏବଂ ଭାରତୀୟ ଫ୍ୟାଶନ୍ ଏବଂ ହସ୍ତଶିଳ୍ପ ବିକ୍ରୟ କରୁଥିବା ଏକ ସ୍ୱଦେଶ ପପ୍-ଅପ୍ ରହିବ । ଭାରତ ସାରାରୁ କାରିଗରମାନଙ୍କୁ ସେମାନଙ୍କର କାମ ପ୍ରଦର୍ଶନ କରିବା ପାଇଁ ନିମନ୍ତ୍ରଣ କରାଯାଉଛି । ଯେତେ ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ରଖିବା ସମ୍ଭବ ହୋଇପାରିବ, ସେହି ସଂଖ୍ୟକ ଲୋକଙ୍କୁ ସ୍ୱାଗତ କରାଯିବ ।
ଶରତ ଉତ୍ସବ ପାଇଁ ସମ୍ପୂର୍ଣ୍ଣ ଲାଇନଅପ୍ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହେଉଛି, କିନ୍ତୁ ଉତ୍ସାହ ବୃଦ୍ଧି ପାଉଛି । “ମୁଁ ଭାରତକୁ କଳାର ଏକ ଖଣ୍ଡ ଏବଂ ଭାରତର ୫,୦୦୦ ବର୍ଷର କାହାଣୀ କହିବାକୁ ପ୍ରକୃତରେ ଅପେକ୍ଷା କରିଛି’ ବୋଲି ଶ୍ରୀମତୀ ଅମ୍ବାନୀ କହିଛନ୍ତି । “ଆମେ ଆମ ଆତ୍ମାରୁ ଆମର କାହାଣୀ କହିଥିଲୁ । ସେ ଉଦ୍ଘାଟନୀ ଉତ୍ସବ ପାଇଁ ତାଙ୍କର ଯୋଜନା ବିଷୟରେ ଏକ ଗୁପ୍ତ କଥା ମଧ୍ୟ ପ୍ରକାଶ କରିବାକୁ ଯାଇ କହିଛନ୍ତି ଯେ କାର୍ଯ୍ୟକ୍ରମର ପ୍ରଥମ ରାତିରେ ସେ ନିଜେ ନିଜ କଳା ପରିବେଷଣ କରିବେ । ଯେଉଁ ମନ୍ଦିରରେ ସେ ତାଙ୍କର ଆରଣ୍ୟଗ୍ରାମ (ଭାରତନାଟ୍ୟମ ପରିବେଷଣ) କରିଥିଲେ, ସେହି ମନ୍ଦିରରୁ ଲିଙ୍କନ୍ ସେଣ୍ଟର ପର୍ଯ୍ୟନ୍ତ, ତାଙ୍କ ପାଇଁ ଏସବୁ ମଞ୍ଚଗୁଡ଼ିକ କ୍ରମଶଃ ଅଧିକରୁ ଅଧିକ ଭବ୍ୟ ହେବାରେ ଲାଗିଛି । ପ୍ରକାଶ, ନ୍ୟୁୟର୍କ ସହରରେ ଏନ୍ଏମ୍ଏସିସିର ଏହି ସପ୍ତାହାନ୍ତ କାର୍ଯ୍ୟକ୍ରମ ପାଇଁ ଟିକେଟ୍ ଜୁନ୍ ଶେଷ ଭାଗରେ ବିକ୍ରି ହେବ ।