ଭୁବନେଶ୍ୱର, ଏନ୍ଏନ୍ଏସ୍: ତିନିଗୋଟି ପୁସ୍ତକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଲୋକାର୍ପଣ କରିଛନ୍ତି। ଏଥିମଧ୍ୟରେ ରହିଛି ସହକାରୀ ଆୟକର ଆୟୁକ୍ତ ଦୁର୍ଗାପ୍ରସାଦ ମହାପାତ୍ରଙ୍କ ଦୁଇଟି କବିତା ସଂକଳନ ‘ସଜ ତୁଳସୀ’ ଓ’ ଅସଜଡା ପାଖୁଡା’ ଏବଂ ଅନନ୍ତିନୀ ଝୁମ୍ପା ମିଶ୍ରଙ୍କ ମୂଳ ଇଂରାଜୀ ରଚନା ‘ମ୍ୟାନ ହଟ୍ଟନରୁ ମୁନ୍ନାର’ ଉପନ୍ୟାସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କବି ଦୁର୍ଗାପ୍ରସାଦ ମହାପାତ୍ର ଓ ଅନନ୍ତିନୀ ଝୁମ୍ପା ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଥିଲେ। କବି ଦୁର୍ଗାପ୍ରସାଦଙ୍କଦୁଇଟି କବିତା ସଂକଳନରେ କବିସତ୍ତାର ମୌଳିକତା ଅତି ସୁନ୍ଦର ଭାବରେ ପ୍ରସ୍ଫୁଟିତ ହୋଇପାରିଛି। ସେହିପରି ଅନନ୍ତିନୀ ଝୁମ୍ପା ମିଶ୍ର ଜଣେ ପ୍ରତିଭାସମ୍ପନ୍ନ ଶିଶୁ ଲେଖିକା। ଅଳ୍ପ ବୟସରେ ଅନେକ ଉଚ୍ଚକୋଟୀର ସାହିତ୍ୟ ସୃଷ୍ଟି କରି ସେ ପ୍ରଶଂସିତ ହୋଇଛନ୍ତି। ଝୁମ୍ପାଙ୍କ ‘ମ୍ୟାନ୍ ହଟ୍ଟନରୁ ମୁନ୍ନାର’ ଉପନ୍ୟାସକୁ ଅଧ୍ୟାପିକା ଇପସିତା ଷଡଙ୍ଗୀ ଓଡ଼ିଆରେ ଅନୁବାଦିତ କରିଛନ୍ତି। ଏହା ମଧ୍ୟ ଲୋକାର୍ପିତ ହୋଇଛି।