ଥାନା ନିକଟ ଓମଫେଡ୍ ପାର୍ଲରରୁ ଚୋରି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ଦିନକୁ ଦିନ ଚୋରଙ୍କ ପାର୍ଦୁଭାବ ବଢ଼ିବାରେ ଲାଗିଛି। ଗତ କିଛିଦିନ ଭିତରେ ଭୁବନେଶ୍ୱରର ଭିନ୍ନ ଭିନ୍ନ ସ୍ଥାନରେ ଚୋରି ହେଉଥିବା ଖବର ଆସୁଥିଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗୁନି। ଏହି ପରିପ୍ରେକ୍ଷୀରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଓମଫେଡ୍ ପାର୍ଲରରୁ ଚୋରି ହୋଇଥିବା ଜଣାପଡ଼ିଛି। ପାର୍ଲରର କବାଟ ତାଲା କାଟି ୬୦ ହଜାର ଟଙ୍କାର ଜିନିଷ ଓ ନଗଦ ଟଙ୍କା ନେଇଯାଇଥିବା ଜଣାପଡ଼ିଛି।

ଖାରବେଳନଗର ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଶ୍ରିୟା ଛକ ଓମଫେଡ୍ ପାର୍ଲରରେ ଏହି ଚୋରି ହୋଇଛି। ତେବେ ରାଜ୍ୟରେ କରୋନା ପାଇଁ ରାତ୍ରକାଳୀନ କର୍ଫ୍ୟୁ ଚାଲିଥିବା ବେଳେ କିପରି ଚୋରମାନେ ପଦାକୁ ଆସି ଚୋରି କରି ଖସି ପଳାଉଛନ୍ତି ସେ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି। ଏଥିସହିତ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ଉପରେ ସାଧାରଣରେ ପ୍ରଶ୍ନ ଉଠୁଛି।