ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ତଳକୁ ଖସିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୪୦୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୨୩୪ ଜଣ ଓ ସ୍ଥାନୀୟ ସଂକ୍ରମଣ ୧୭୫ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୦ ହଜାର ୮୦୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୫୩, ଖୋର୍ଦ୍ଧାରୁ ୪୪, ଅନୁଗୁଳରୁ ୩୫, କଟକରୁ ୩୪, ବଲାଙ୍ଗିରରୁ ୩୨, ମୟୁରଭଞ୍ଜରୁ ୨୫, କଳାହାଣ୍ଡିରୁ ୧୭, କେନ୍ଦ୍ରାପଡ଼ାରୁ ୧୬ ଓ ଜଗତସିଂହପୁର ଜିଲ୍ଲାରୁ ୧୫ ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୦ ହଜାର ୮୦୩ ହୋଇଥିବାବେଳେ ୩ଲକ୍ଷ ୧୪ ହଜାର ୬୬୫ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୪,୩୨୦ ଜଣଙ୍କ ଚିକିତ୍ସା ଜାରି ରହିଛି।