ସକାଳ ୧୦ଟାରୁ ୪ଟା ଯାଏଁ ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍ : କରୋନାକୁ ଦୃଷ୍ଟରେ ରଖି ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ସ୍କୁଲ, କଲେଜ, ସପିଂ ମଲ୍ ବନ୍ଦ କରିଥିବା ବେଳେ ଜନଗହଳିପୂର୍ଣ୍ଣ ସ୍ଥାନକୁ ଯିବାକୁ ବାରଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଆହାର କେନ୍ଦ୍ରଗୁଡ଼ିକକୁ ନେଇ କେତେକ ନିର୍ଦେଶନାମା ଜାରି ହୋଇଛି । ଏଣିକି ଆହାର କେନ୍ଦ୍ରଗୁଡ଼ିକ ସକାଳ ୧୦ଟାରୁ ୪ଟା ଯାଏଁ ଖୋଲା ରହିବ । ଧାଡ଼ିରେ ଲୋକେ ରହିବେ ଏବଂ ପରସ୍ପର ମଧ୍ୟରେ ଅତିକମରେ ଦେଢ଼ ମିଟର ଦୂରତା ରଖିବେ । ଆହାର କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ଭଲ ଭାବେ ହାତ ଧୋଇବେ । ସେଥିଲାଗି ସାବୁନ୍ ବା ହ୍ୟାଣ୍ଡ ୱାସର ବ୍ୟବସ୍ଥା କରାଯିବ ଏବଂ ବାହାରେ ଡଷ୍ଟବିନ୍ ରଖାଯିବା । କେବଳ ଏତିକି ନୁହେଁ, କୁପନ ବାବଦକୁ ଲୋକେ ବାକ୍ସରେ ଟଙ୍କା ପକାଇବେ । ଏହାକୁ ତଦାରଖ କରିବା ପାଇଁ ଆହାର କେନ୍ଦ୍ରଗୁଡ଼ିକରେ ପୁଲିସ କର୍ମଚାରୀ ନିୟୋଜିତ ରହିବେ । ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି ।