ଏଣିକ ସ୍କୁଲରେ କୋଭିଡ୍ ସଚେତନତା ପାଠ ପଢିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି ସ୍କୁଲରେ କୋଭିଡ୍ ସଚେତନତା ପାଠ ପଢିବେ ଛାତ୍ରଛାତ୍ରୀ । କୋଭିଡ ଭୟାବହତା ସମ୍ପର୍କରେ ମାନସିକ ସ୍ତରରେ ପ୍ରସ୍ତୁତ କରାଯିବ । ୧୦ମ ଶ୍ରେଣୀ ପାଠ୍ୟପୁସ୍ତକରେ ସ୍ଥାନିତ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

୨୦୨୨-୨୩ ଶିକ୍ଷା ବର୍ଷ ପାଇଁ କୋର୍ସ ପାର୍ଟନ ଦିଆସରିଛି । ଏଥର ୧୦୦ ମାର୍କ ଉପରେ ହେବ ପରୀକ୍ଷା । ଯେମିତି ସେମିଟିଭ ୧ ଆଉ ୨ ଥିଲା ସେହି ଅନୁସାରେ ପରୀକ୍ଷା କରାଯିବ । ଜଳବାୟୁ ପରିବର୍ତ୍ତନ ହେଉଥିବାରୁ ଏହି ବିଷୟରେ ପାଠ ପଢିବେ ବିଦ୍ୟାର୍ଥୀ ।

ପିଲାମାନଙ୍କୁ ପୂର୍ବରୁ ପ୍ରସ୍ତୁତ ରଖିବା ଲାଗି ବିଭାଗ ନିଷ୍ପତ୍ତି ନେଇଛି । ସେହିପରି ଥଣ୍ଡା କି ଜ୍ୱର ହୋଇଥିଲେ ସ୍କୁଲ ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।