ସୁରେଶ ମହାପାତ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଦାୟିତ୍ୱ ମିଳିଛି । ଶ୍ରୀ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଫଳରେ ତାଙ୍କୁ ଓଇଆରସି ଅଧ୍ୟକ୍ଷ ପଦରୁ ଅବ୍ୟହତି ଦିଆଯାଇଛି । ଏହାସହ ଆର ବାଲକ୍ରୀଷ୍ଣନଙ୍କୁ ସିଏମଓ ମୁଖ୍ୟ ପରାମର୍ଶଦାତା ଅତିରିକ୍ତ ଦାୟିତ୍ୱରୁ ମୁକ୍ତି ମିଳିଛି । ଏହାପରେ ଆର ବାଲକ୍ରୀଷ୍ଣନ ସ୍ପେଶାଲ ଇନିସିଏଟିଭର ମୁଖ୍ୟ ପରାମର୍ଶଦାତା ରହିବେ ।

ସୂଚନାଯୋଗ୍ୟ, ସୁରେଶ ମହାପାତ୍ର ଫେବୃଆରୀ ୨୮ରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥିଲେ ।