ମୁମ୍ବାଇ: ୱେବ ସିରିଜ ‘ତାଣ୍ଡବ’କୁ ନେଇ ବିରୋଧ ଜାରି ରହିଥିବାବେଳେ ‘ମିର୍ଜାପୁର’କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ‘ମିର୍ଜାପୁର’ ବିରୋଧରେ ଦାୟର ହୋଇଥିବା ପିଟିସନ ଉପରେ ସୁପ୍ରିମକୋର୍ଟ ଅମେଜନ୍ ପ୍ରାଇମ୍ ଓ ସିରିଜର ନିର୍ମାତାକୁ ନୋଟିସ ଜାରି କରିଛନ୍ତି। କୋର୍ଟ କହିଛନ୍ତି କି, ଏହି ମାମଲାର ଶୁଣାଣୀ ସମସ୍ତ ଓଟିଟି ପ୍ଲାଟଫର୍ମର ସାମଗ୍ରୀ ଉପରେ ନିୟନ୍ତ୍ରଣର ଦାବି କରୁଥିବା ପିଟିସନ୍ ସହିତ ହେବ।
ୟୁପିର ମିର୍ଜାପୁର ଅଧିବାସୀ ସୁଜିତ କୁମାର ସିଂହ ଦାୟର କରିଥିବା ପିଟିସନରେ ସିରିଜର ଉଭୟ ଭାଗରେ ସହରର ଖରାପ ଛବି ଦେଖାଯାଇଥିବା ଉଲ୍ଲେଖ କରାଯାଇଛି।
‘ମିର୍ଜାପୁର’ ୱେବ ସିରିଜ କିଛି ଶବ୍ଦ ଯୋଗୁ ଗତବର୍ଷ ବିବାଦ ଘେରକୁ ଆସିଥିଲା। ମିର୍ଜାପୁର ସାଂସଦ ଅନୁପ୍ରିୟା ପଟେଲ ମଧ୍ୟ ଏହି ୱେବ ସିରିଜ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଥିଲେ।