ସୁପରଷ୍ଟାର ରଜନୀକାନ୍ତ ହସ୍‌ପିଟାଲରେ ଭର୍ତ୍ତି

ଚେନ୍ନାଇ,ଏଜେନ୍ସି: ସୁପରଷ୍ଟାର ରଜନୀକାନ୍ତ ଗୁରୁବାର ରୁଟିନ ଚେକ୍‌ଅପ୍‌ ପାଇଁ ଚେନ୍ନାଇର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅଭିନେତାଙ୍କ ବ୍ୟକ୍ତିଗତ ଲୋକସଂପର୍କ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ, ରଜନୀକାନ୍ତଙ୍କୁ ଗୁରୁବାର ସନ୍ଧ୍ୟାରେ ରୁଟିନ ଚେକ୍‌-ଅପ୍‌ ପାଇଁ ଚେନ୍ନାଇସ୍ଥିତ କାବେରୀ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଅଭିନେତା ରନଜନୀକାନ୍ତଙ୍କ ପତ୍ନୀ ଲତା ରଜନୀକାନ୍ତ ଏକ ତାମିଲ ଟିଭି ଚ୍ୟାନେଲକୁ କହିଛନ୍ତି ୭୦ ବର୍ଷୀୟ ଲୋକପ୍ରିୟ ନେତାଙ୍କୁ ରୁଟିନ ଚେକ୍‌-ଅପ୍‌ ପାଇଁ ଦିନକ ଲାଗି ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ରଜନୀକାନ୍ତ ଏହା ପୂର୍ବରୁ ଟୁଇଟ୍‌ କରିଥିଲେ ଯେ, ନିଜର ନାତିଙ୍କ ସହିତ ଅଭିନୟ କରିଥିବା ଫିଲ୍ମ ଅନ୍ନାତଥ୍ୟେ ଏବେ ରିଲିଜ ହୋଇ ନାହିଁ।

ସୂଚନାଯୋଗ୍ୟ, ରଜନୀକାନ୍ତଙ୍କୁ ୨୦୨୦ରେ ରକ୍ତଚାପ ଅନୁଭବ ହେବା ପରେ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହି ସମୟରେ ସେ ଏକ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିଲେ। ସେହି ସମୟରେ ସେ ୨ ଦିନ ଛୁଟି ନେଇଥିଲେ ଏବଂ ତାଙ୍କର କିଡ୍‌ନୀ ପ୍ରତିରୋପଣ କରାଯାଇଥିଲା।