ଭୁବନେଶ୍ୱର,ଏନ୍ଏନ୍ଏସ୍: ‘ନିତିଦିନ’ ‘ଡିଜିଟାଲ’ ପକ୍ଷରୁ ପବିତ୍ର ସୁନାବେଶର ସିଧାପ୍ରସାରଣ କରାଯାଇଛି। କରୋନା ମହାମାରୀ ପାଇଁ ସୁପ୍ରିମକୋର୍ଟ କଟକଣାଯୁକ୍ତ ରଥଯାତ୍ରାକୁ ଅନୁମତି ପ୍ରଦାନ କରିଥିବାରୁ ଭକ୍ତମାନେ ବଡ଼ଦାଣ୍ଡକୁ ଯାଇପାରୁନାହାଁନ୍ତି।

https://www.youtube.com/watch?v=uuLw4kEunxc

ଏଭଳି ସ୍ଥିତିରେ ଭକ୍ତମାନେ ଯେପରି ଘରେ ରହି ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶକୁ ଦର୍ଶନ କରିପାରିବେ, ଏହାକୁ ଦୃଷ୍ଟିରେ ରଖି ‘ନିତିଦିନ’ ଡିଜିଟାଲ’ ପକ୍ଷରୁ ସୁନାବେଶର ସିଧାପ୍ରସାରଣ କରାଯାଉଛି। ମହାପ୍ରଭୁଙ୍କ ଏହି ଅପୂର୍ବ ସୁନାବେଶକୁ ରାଜ୍ୟବ୍ୟାପୀ ବହୁସଂଖ୍ୟାରେ ଦର୍ଶକ ନିତିଦିନ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଦେଖୁଛନ୍ତି।