ପୃଥିବୀ-୨ର ସଫଳ ପରୀକ୍ଷଣ

ବାଲେଶ୍ୱର,ଏନଏନଏସ୍: ଭୃପୃଷ୍ଠରୁ ଭୁପୃଷ୍ଠକୁ ନିକ୍ଷେପ କରୁଥିବା ମଧ୍ୟମ ଦୂରଗାମୀ ଆଂଟି ବାଲିଷ୍ଟିକ ମିଜାଇଲ ପୃଥ୍ୱୀବୀ-୨ର ରାତ୍ରୀକାଳୀନ ପରୀକ୍ଷଣ ବୁଧବାର ବାଲେଶ୍ୱର ଚାନ୍ଦିପୁର ସ୍ଥିତ ଡିଆରଡିଓର ୩ନମ୍ବର ଲଂଚପେଡରୁ ୭ଟା୫ମିନିଟରେ ପରୀକ୍ଷଣ କରାଯାଇଛି।   ଏହି ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ପୃଥିବୀ-୨କୁ ଏକ ଚଳମାନ ଯାନରୁ ପରୀକ୍ଷଣ କରାଯାଇଛି।

ସୂଚନା ଅନୁସାରେ,ଆଣବିକ ଯୁଦ୍ଧାସ୍ତ୍ର କ୍ଷେପଣାସ୍ତ୍ର ବହନ କରିପାରୁଥିବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ଲକ୍ଷଭେଦି କ୍ଷମତା୨୫୦କିମିରୁ ୩୫୦କିମି ଥିବା ବେଳେ ଏହାର ଲମ୍ବ ୮.୫୬ମିଟର ଏବଂ ମୋଟେଇ ୧୧୦ସେମି। ୧୯୯୬ମସିହାରେ ଏହାର ପ୍ରଥମ ପରୀକ୍ଷଣ ହୋଇଥିବାବେଳେ ଏହାକୁ ପୂର୍ବରୁ ସେନାବାହିନିରେ ସାମିଲ କରାଯାଇ ସାରିଛି।