ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ

କଟକ,ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଉଛି। ଏ ନେଇ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତି ନିକଟରେ ଜୟନ୍ତୀ ପାଳନ କରାଯାଇଛି। ଏହି ପରିପ୍ରେୀରେ ଉତ୍କଳ ସମ୍ମୀଳନୀ, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ୍, ଓଡ଼ିଆ ଜାତି ସମ୍ମିଳନୀ, ସିପିଆଇ ସମେତ ଅନେକ ଅନୁଷ୍ଠାନ ପକ୍ଷରୁ ନେତାଜୀଙ୍କ ଜୟନ୍ତୀ ପାଳନ ହୋଇଛି ।

୨୩ ଜାନୁଆରୀ ୧୮୯୭ ରେ ଓଡ଼ିଶାରେ କଟକ ସ୍ଥିତ ଓଡ଼ିଆ ବଜାରରେ ଏକ ବଙ୍ଗାଳି ପରିବାରରେ ହୋଇଥିଲା। ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଥିବା ନେତାଜୀ ଦେଶକୁ ତୁମେ ମତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି, ଏହି ସ୍ଲୋଗାନ ସମସ୍ତ ଭାରତବାସୀ ତଥା ଯୁବପିଢ଼ିଙ୍କ ବେଶ ଲୋକପ୍ରିୟ ଥିଲା। ଲୋକଙ୍କ ମଧ୍ୟରେ ନେତାଜୀ ଭାରତର ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଭାବେ ପରିଚିତ ଥିଲେ। ତାଙ୍କ ଦ୍ୱାରା ଦିଆଯାଇଥିବା ଜୟ ହିନ୍ଦ୍‍ , ଜୟ ଭାରତ ଏହି ସ୍ଲୋଗାନ ଭାରତର ରାଷ୍ଟ୍ରୀୟ ସ୍ଲୋଗାନ ହୋଇଗଲା। ଦେଶକୁ ସ୍ୱାଧୀନ କରିବା ପାଇଁ ତାଙ୍କର ବେଶ ମହତ୍ୱପୂର୍ଣ୍ଣ ଭୂମିକା ଥିଲା। ମାତ୍ର ଆଜି ମଧ୍ୟ ତାଙ୍କ ମୃତ୍ୟୁ ଲୋକଙ୍କ ପାଇଁ ଏକ ରହସ୍ୟ ହୋଇ ରହିଛି। ଆଜି ତାଙ୍କ ଜୟନ୍ତୀ ଅବସରରେ ଜାଣନ୍ତୁ ତାଙ୍କର କେତେକ ଅମୂଲ୍ୟ ବିଚାର।

ସିପାହି ବିଦ୍ରୋହ ପରିପ୍ରେକ୍ଷୀରେ ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ସଂଘଟିତ ବିପ୍ଲବର ବିଶେଷତା ଜଣାଏ ତା. ୨୩.୦୧.୧୮୬୫ରେ ଲିଖିତ ପତ୍ରଟିଏ। ପତ୍ରଟି ଲେଖିଥିଲେ ମଧ୍ୟପ୍ରଦେଶର ଚିଫ କମିସନରଙ୍କ ସେକ୍ରେଟାରୀ। ଲେଖା ହୋଇଥିଲା ଭାରତ ସରକାରଙ୍କ ବୈଦେଶିକ ବିଭାଗକୁ। ସେଠି ସେ ଲେଖିଥିଲେ – ‘ବୋଧହୁଏ ସମ୍ବଲପୁର ଜିଲା ଭାରତବର୍ଷରେ ସର୍ବଶେଷ ଜିଲା, ଯେଉଁଠି ୧୮୫୭ ବିଦ୍ରୋହ ବହ୍ନି ପୂର୍ଣ୍ଣ ଭାବରେ ନିର୍ବାପିତ ହେଲା।’