ଭୁବନେଶ୍ୱର,ଏନ୍ଏନ୍ଏସ୍: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଭଜାଗଡ ଗ୍ରାମ ଜଙ୍ଗଲ ନିକଟରେ ଥିବା ଡିପୋରେ ଚୋରା କାଠ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଡିପୋ ଉପରେ ରଣପୁର ରେଞ୍ଜ ବନବିଭାଗ ଚଢଉ କରିଛି। ସେଠାରୁ ବିପୁଳ ପରିମାଣର ଚୋରା ମୂଲ୍ୟବାନ କାଠ ଜବତ ହୋଇଛି। କାଠ ମାଫିଆ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଜବତ ଚୋରା କାଠର ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ବନବିଭାଗ କାଠ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।