ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ନିରାଡ଼ମ୍ବର ଭାବେ ସ୍ୱାଧୀନତା ଦିବସ ପାଳନ କରାଯିବ। ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବ ସ୍ୱାଧୀନତା ଦିବସ। ଏନେଇ ଫାଇନାଲ ରିୟଲସେଲ ଆରମ୍ଭ ହୋଇଯାଇଛି। ଏଥିରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଯୋଗଦେଇ କାର୍ଯ୍ୟକ୍ରମର ତଦାରଖ କରିଥିଲେ। ଏହି ପରେଡରେ ମୋଟ ୪ଟି ଗ୍ରୁପ୍ ଭାଗ ନେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ୧୦୦ ଜଣ ଅତିଥିଙ୍କୁ ଆମନ୍ତ୍ରଣ କରାଯିବ। ସାମାଜିକ ଦୂରତା ସହ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ଜନସାଧାରଣଙ୍କୁ କାର୍ଯ୍ୟକ୍ରମକୁ ଆସିବାକୁ ବାରଣ କରାଯାଇଛି। ଏହି ସମୟରେ ହାଉସିଂବୋର୍ଡ କଲୋନୀଠାରୁ ରାମମନ୍ଦିର ଛକ ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିବ ବୋଲି ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।