ରଥଯାତ୍ରା ପାଇଁ କେନ୍ଦ୍ରର ଅନୁମତି ଲେଡିଲେ ରାଜ୍ୟ ସରକାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁରୀରେ ରଥ ଯାତ୍ରା ପାଇଁ ରଥ ନିର୍ମାଣକୁ ନେଇ ଚାଲିଥିବା ବିବାଦରେ ଆଜି ଏକ ନୂଆ ମୋଡ ଆସିଛି। ଏଥିରେ ରଥ ନିର୍ମାଣ କରିବା ପାଇଁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଛନ୍ତି।

ନିର୍ମାଣ କାର୍ୟ୍ୟକୁ ଅନୁମତି ଦେବା ପାଇଁ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଏବଂ ଗଜପତି ମହାରାଜା ଦିବ୍ୟାସିଂହ ଦେବଙ୍କ ଆବେଦନ ସତ୍ତେ୍ବ ରାଜ୍ୟ ସରକାର ନିରବ ରହିଛନ୍ତି। ତେବେ ମେ ୨୩ରେ ଗଜପତିଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟିର ବୈଠକ ପରେ ମନ୍ଦିର ପ୍ରଶାସନ ରାଜ୍ୟ ଆଇନ ବିଭାଗକୁ ଚିଠି ଲେଖି ଜାତୀୟ ଲକଡାଉନ୍ ନିର୍ଦ୍ଦେଶାବଳୀ ପାଳନ କରି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ମାଗିଥିଲେ।

ତେବେ ଏହି ବୈଠକକୁ ୮ ଦିନ ବିତିଥିଲେ ହେଁ କାର୍ଯ୍ୟ ଆରମ୍ଭ ହୋଇନାହିିଁ। ଫଳରେ କମିଟି ମଧ୍ୟ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛି। ସେମାନଙ୍କ କହିବା ଅନୁସାରେ ଯଦି ଏ ସମ୍ପର୍କରେ ତୁରନ୍ତ କୌଣସି ପଦକ୍ଷେପ ନିଆ ନଯାଏ ତେବେ ରଥ ନିର୍ମାଣ କାର୍ଯ୍ୟ ଠିକ୍ ସମୟରେ ଶେଷ ହୋଇନପାରେ। ବିଶ୍ୱ ପ୍ରସିଦ୍ଧ ବାର୍ଷିକ ରଥ ଯାତ୍ରାରେ ସମଗ୍ର ଭାରତ ତଥା ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଯୋଗ ଦେଇଛନ୍ତି। ଚଳିତ ବର୍ଷ ଏହା ଜୁନ୍ ୨୩ରେ ପଡ଼ୁଛି।