ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଆସନ୍ତାକାଲି (ମଙ୍ଗଳବାର) ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ବିଧାନସଭା ଚାଲିଥିବାରୁ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିପାରେ ରାଜ୍ୟ କ୍ୟାବିନେଟ।
ଲୋକସେବା ଭବନରେ ପୂର୍ବାହ୍ନ ୧୦ଟାରେ କ୍ୟାବିନେଟ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିସି ଯୋଗେ ବୈଠକରେ ଉପସ୍ଥିତ ରହି ଅଧ୍ୟକ୍ଷତା କରିବେ । ମନ୍ତ୍ରୀମାନେ ବିଧାନସଭା କାର୍ଯ୍ୟାଳୟ ଓ ଲୋକସେବା ଭବନରୁ ଉପସ୍ଥିତ ରହିବେ । ବିଧାନସଭା ଚାଲିଥିବା ବେଳେ କ୍ୟାବିନେଟ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ମୋହର ମାରିବା ନେଇ ଅନୁମାନ କରାଯାଉଛି ।