Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବିଜେପୁର ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳର ୪୦ଜଣ ଷ୍ଟାର ପ୍ରଚାରକ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବିଜେପୁର ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳର ୪୦ଜଣ ଷ୍ଟାର ପ୍ରଚାରକ

ଭୁବନେଶ୍ୱର,ଏନ୍‍ଏନ୍‍ଏସ୍‍: ବିଜେପୁର ଉପନର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜନୈତିକ ପାଣିପାଗ ଗରମ ରହିଛି। ଗୁରୁବାର ବିଜେପୁର ଉପନର୍ବାଚନ ପାଇଁ ଶାସକ ବିଜେଡି, ବିଜେପି ଓ କଂଗ୍ରେସର ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରାଯାଇଛି। ବିଜେଡିର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପିର ବହୁ କେନ୍ଦ୍ରମନ୍ତ୍ରୀଙ୍କ ନାମ ଏହି ତାଲିକାରେ ରହିଥିବା ବେଳେ କଂଗ୍ରେସ ପକ୍ଷରୁ ପ୍ରକାଶ ପାଇଥିବା ଷ୍ଟାର ପ୍ରଚାରକ ତାଲିକାରେ ପିସିସି ସଭାପତି ଓ ବହୁ କେନ୍ଦ୍ରୀୟ ନେତାଙ୍କ ନାମ ଏହି ତାଲିକାରେ ରହିଛି।

ବିଜେଡି ପକ୍ଷରୁ ପ୍ରକାଶିତ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ସାମିଲ ଅଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୧୭ ଓ ୧୮ ତାରିଖରେ ବିଜେପିରରେ ପ୍ରଚାର ମଇଦାନକୁ ଓହ୍ଲାଇ ପ୍ରଚାର ସହ ରୋଡ୍‍ ଶୋ’ କରିବେ।

ନବୀନ ପଟ୍ଟନାୟକଙ୍କ ସହ ପ୍ରଫୁଲ୍ଲ ମଲ୍ଲିକ, ପ୍ରଦୀପ ଅମାତ, ପଦ୍ମନାଭ ବେହେରା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂହଦେଓ, ମଙ୍ଗଳା କିଷାନ, ଦେବୀ ମିଶ୍ର, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ନବ ଦାସ, କିଶୋର ମହାନ୍ତି, ପ୍ରଣବ ପ୍ରକାଶ ଦାସ, ଅରୁଣ ସାହୁ, ଅନୁଭବ ମହାନ୍ତି, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନୀ ସାହୁ, ରାସେଶ୍ୱରୀ ପାଣିଗ୍ରାହୀ, ଶ୍ରୀମୟୀ ମିଶ୍ର, ଦିବ୍ୟଶଙ୍କର ମିଶ୍ର, ରୋହିତ ପୂଜାରୀ, ଦେବେଶ ଆଚାର୍ଯ୍ୟ, ପ୍ରଭାସ ସିଂହ, ଅରିନ୍ଦମ ରାୟ ଓ କୁନା ତ୍ରପାଠୀ ଏହି ୪୦ଜଣିଆ ଷ୍ଟାର୍‍ ପ୍ରଚାରକ ତାଲିକାରେ ସାମିଲ ଅଛନ୍ତି।

ସେହିଭଳି ବିଜେପି ପକ୍ଷରୁ ୪୦ଜଣିଆ ଷ୍ଟାର୍‍ ପ୍ରଚାରକ ତାଲିକା ମଧ୍ୟ ଆଜି ପ୍ରକାଶ ପାଇଛି। ତାଲିକାରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା, ରାଜ୍ୟ ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ ଓ ପ୍ରତାପ ଷଡ଼ଙ୍ଗୀ, କେନ୍ଦ୍ରୀୟ ନେତା ମନୋଜ ତିୱାରୀ ପ୍ରମୁଖ ପ୍ରଚାର ମଙ୍ଗ ଧରିବେ।

ଅନ୍ୟମାନଙ୍କ ମଧ୍ୟରେ ଗିରିଧର ଗମାଙ୍ଗ, ଜୁଏଲ ଓରାମ୍‍, ବୈଜୟନ୍ତ ପଣ୍ଡା ଓ ବସନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ସଙ୍ଗୀତା ସିଂହଦେଓ, ସୁରେଶ ପୂଜାରୀ, ସମ୍ବିତ ପାତ୍ର, ବିଜୟ ମହାପାତ୍ର, ପ୍ରଦୀପ୍ତ ନାୟକ, କେଭି ସିଂହଦେଓ, ନୀତିଶ ଗଙ୍ଗଦେଓ, ଜୟନାରାୟଣ ମିଶ୍ର, ପ୍ରଦୀପ ପୁରୋହିତ, ଅଶ୍ୱିନୀ ଷଡ଼ଙ୍ଗୀ, ରବି ନାରାୟଣ ନାୟକ, ରାଧାରାଣୀ ପଣ୍ଡା ଓ ସୁବାଷ ପାଣିଗ୍ରାହୀ ପ୍ରମୁଖ ସ୍ଥାନ ପାଇଛନ୍ତି। ତେବେ ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ନାମ ନାହିଁ।

ରାଜ୍ୟ ପ୍ରଦେଶ କଂଗ୍ରେସ ପକ୍ଷରୁ ମଧ୍ୟ ବିଜେପୁର ନିର୍ବାଚନ ପ୍ରଚାର ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ଦଳର ସୁପ୍ରିମୋ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନାମ ସର୍ବାର୍ଗ୍ରେ ରହିଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନାମ ମଧ୍ୟ ରହିଛି। ଏହି ଟିମ୍‍ରେ ୯ ଜଣ ବିଧାୟକଙ୍କ ନାମ ରହିଛି।

ତେବେ ଜ୍ୟୋତି ରଦିତ୍ୟ ସିନ୍ଧିଆ, ପ୍ରିୟଙ୍କା ଗାନ୍ଧୀ, ଛତିଣଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ୱାଘେଲା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନାମ ରହିଛି। କଂଗ୍ରେସ ଏଥର ପ୍ରଚାରକୁ ଗୁରୁତ୍ୱର ସହ ନେଇ ବିଜେପୁର ମୈଦାନକୁ ଓହ୍ଲାଇବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।