ଚୀନରେ ରିଲିଜ ହେବ ଶ୍ରୀଦେବୀଙ୍କ ‘ଇଂଲିଶ ଭିଂଲିଶ’

ମୁମ୍ବାଇ: ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଫିଲ୍ମ ‘ଇଂଲିଶ ଭିଂଲିଶ’ ତାଙ୍କ ୫ମ ପୁଣ୍ୟତିଥି ଅର୍ଥାତ ଫେବୃଆରୀ ୨୪ରେ ଚୀନରେ ରିଲିଜ ହେବ । ୬୦୦ ସ୍କ୍ରିନରେ ଫିଲ୍ମଟି ସିନେମା ଘରେ ରିଲିଜ ହେବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଶ୍ରୀଦେବୀ ଲମ୍ବା ସମୟ ପରେ ‘ଇଂଲିଶ ଭିଂଲିଶ’ ଫିଲ୍ମ ଜରିଆରେ ବଡ଼ ପରଦାକୁ ଫେରିଥିଲେ । ଗୌରୀ ସିନ୍ଧେଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମଟି ପାରିବାରିକ, କମେଡି ଓ ଡ୍ରାମା ଉପରେ ପର୍ଯ୍ୟବେସିତ ଥିଲା । ଫିଲ୍ମରେ ଶ୍ରୀଦେବୀ ଜଣେ ଶାନ୍ତ ଓ ମଧୁର ସ୍ୱଭାବର ଗୃହିଣୀ ଭୂମିକାରେ ନଜର ଆସିଥିଲେ । ଫିଲ୍ମଟି ଦର୍ଶକଙ୍କ ମନ ଜିଣିବାରେ ମଧ୍ୟ ସଫଳ ହୋଇଥିଲା ।