ଆସିଲା ଋଷୀୟ ଟିକା, ୧୧୪୫ ଟଙ୍କାରେ ଗୋଟିଏ ଡୋଜ

  • ଭୁବନେଶ୍ୱର: କରୋନା ସହ ଲଢ଼ିବା ପାଇଁ ମାସ୍କ ପିନ୍ଧିବା ଭଳି ଟିକା ମଧ୍ୟ ଏକପ୍ରକାର ସଞ୍ଜିବନୀ। ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଇଛି। ପୂର୍ବରୁ ଓଡ଼ିଶାରେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଉପଲବ୍ଧ ଥିବାବେଳେ ଏବେ ଆସିଛି ଋଷୀୟ ଟିକା ସ୍ପୁଟନିକ-ଭି। ଓଡ଼ିଶାର ଦୁଇଟି ଘରୋଇ ହସ୍ପିଟାଲରେ ଏହି ଟିକା ମିଳିବ। ସ୍ପୁଟନିକ-ଭି ଗୋଟିଏ ଡୋଜର ମୂଲ୍ୟ ରହିଛି ୧୧୪୫ ଟଙ୍କା। କୋୱିନ ଆପରେ ପଞ୍ଜିକରଣ କରି ଏହି ଟିକା ନେଇପାରିବେ। ଘରୋଇ ହସ୍ପିଟାଲ ସିଧାସଳଖ ଟିକା ଉତ୍ପାଦନ କମ୍ପାନୀଠାରୁ ଟିକା କିଣିବା ପାଇଁ ଅନୁମତି ପାଇଛନ୍ତି।