ଉପସଭାପତି ପଦରୁ ସୌମ୍ୟ ବହିଷ୍କୃତ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଜେଡି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୌମ୍ୟଙ୍କୁ ଦଳର ଉପସଭାପତି ପଦରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହଟାଇ ଦେଇଛନ୍ତି । ଦଳ ବିରୋଧୀ ମନ୍ତବ୍ୟ ସହ କିଛିଦିନ ଧରି ସୌମ୍ୟ ନିଜର ଆଲେଖ୍ୟ ଓ ବକ୍ତବ୍ୟ ପାଇଁ ଚର୍ଚ୍ଚାରେ ଥିଲେ ।

ସୌମ୍ୟରଞ୍ଜନ ପଟ୍ଟନାୟକ ବହିଷ୍କୃତ ହେବା ପରେ ଦଳର ସଂଗଠକ ପ୍ରଣବ ପ୍ରକାଶ ଦାସ ସୋସିଆଲ ମିଡିଆ ସାଇଟ ‘ଏକ୍ସ’ରେ ବୟାନ ଦେଇଛନ୍ତି । ଶ୍ରୀ ଦାସ କହିଛନ୍ତି ଯେ, କୃତଜ୍ଞତା ହେଉଛି ପ୍ରାର୍ଥନାର ସର୍ବଶ୍ରେଷ୍ଠ ମାଧ୍ୟମ । ଯେଉଁଠି କୃତଜ୍ଞତା ନଥାଏ, ସେଠାରେ ଈଶ୍ୱର ମଧ୍ୟ ସହାୟତା କରନ୍ତି ନାହିଁ ।