ଯୁକ୍ତ ଦୁଇ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଏସଓପି ଜାରି, ୨୫ରୁ ଆଡମିଟକାର୍ଡ ଡାଉନଲୋଡ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଯୁକ୍ତ ଦୁଇ ପରୀକ୍ଷାର ପ୍ରାକ୍ଟିକାଲ୍ ରେକର୍ଡ ଓ ପ୍ରୋଜେକ୍ଟ ରିପୋର୍ଟ ସଂଗ୍ରହ ପାଇଁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି। ଆସନ୍ତା ୨୫ ତାରିଖରୁ ପିଲାମାନେ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ପ୍ରତ୍ୟେକ କାର୍ଯ୍ୟ ଦିବସରେ ତିନୋଟି ବ୍ୟାଚରେ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ। ପ୍ରତ୍ୟେକ ବ୍ୟାଚ୍ ପାଇଁ ସମୟ ଅବଧି ଦୁଇ ଘଣ୍ଟା ହେବ। ଗୋଟିଏ ବ୍ୟାଚରେ ସର୍ବାଧିକ ୪୦ ଜଣ ପରୀକ୍ଷାର୍ଥୀଙ୍କୁ ୨ ଘଣ୍ଟା ଅବଧି ସହିତ ରଖାଯିବ।

କର୍ମଚାରୀ ଓ ପରୀକ୍ଷାର୍ଥୀ ଫେସ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଫେସ୍ ମାସ୍କ ବିନା ବିଦ୍ୟାଳୟ କ୍ୟାମ୍ପସରେ ପ୍ରବେଶ କରିବାକୁ ଦିଆଯିବା ନାହିଁ। ପ୍ରବେଶ ପଥରେ ହାତ ସାନିଟାଇଜର ପାଇଁ ବ୍ୟବସ୍ଥା କରାଯିବ। ଛାତ୍ରଛାତ୍ରୀମାନେ ପଢ଼ୁଥିବା ଜୁନିୟର୍‌ କଲେଜ ବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜୁଲାଇ ୭ ତାରିଖ ମଧ୍ୟରେ ରିପୋର୍ଟ ଦାଖଲ କରିବେ।

ଭିଡ଼କୁ ଏଡାଇବା ପାଇଁ ଭିନ୍ନ ଭିନ୍ନ କାଉଣ୍ଟର ଖୋଲାଯିବ। ଦୁଇଟି କାଉଣ୍ଟର ମଧ୍ୟରେ ପର୍ଯ୍ୟାପ୍ତ ଦୂରତା ବଜାୟ ରହିବ। ୬ ଫୁଟର ସର୍ବନିମ୍ନ ଶାରୀରିକ ଦୂରତା ରହିବା ନିତ୍ୟାନ୍ତ ଆବଶ୍ୟକ। କ୍ୟାମ୍ପସରେ ଗାଇଡଲାଇନ ତଦାରଖ ଲାଗି ଏକ ସ୍କ୍ୱାଡ ଗଠନ କରାଯିବ।