ଓ୍ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କଲେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରିତୀରଞ୍ଜନ ଘଡାଇ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦକ୍ଷତା ବିକାଶର ପ୍ରାଣକେନ୍ଦ୍ର ଭାବେ ପ୍ରତିଷ୍ଠା ହୋଇଥିବା ଓ୍ୱାର୍ଲ୍ଡ ସ୍କିଲ ସେଣ୍ଟର ଓଡିଶାର ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆଜି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଜନ ଘଡାଇ ଓ୍ୱାର୍ଲ୍ଡ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଏସୀୟ ଉନ୍ନୟନ ବ୍ୟାଙ୍କ୍‌ ସହାୟତାରେ ସ୍ଥାପିତ ଓ୍ୱାର୍ଲ୍ଡ ସ୍କିଲ ସେଣ୍ଟର ନିମନ୍ତେ ସିଙ୍ଗାପୁରର ଆଇଟିଇଇଏସ୍‌ ସଂସ୍ଥା ନଲେଜ ପାର୍ଟନର ରହିଛି। ଏହା କିଭଳି ଏସୀୟ ମହାଦେଶର ସୁନାମଧନ୍ୟ ବୈଷୟିକ ସଂସ୍ଥା ଆଇଟିଇଇଏସ୍ ଢାଞ୍ଚାରେ ପରିଚାଳିତ ହେଉଛି, ସେ ନେଇ ମନ୍ତ୍ରୀ ଶ୍ରୀ ଘଡାଇ ପ୍ରଶିକ୍ଷକଙ୍କଠାରୁ ପଚାରି ବୁଝିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ସମଗ୍ର ଦେଶରେ ଦକ୍ଷତା ବିକାଶରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହେଉଛି। ତେଣୁ ପ୍ରଶିକ୍ଷାର୍ଥୀମାନଙ୍କର ବ୍ୟବହାରିକ ଜ୍ଞାନ ନିମନ୍ତେ ଶିଳ୍ପ ସଂସ୍ଥାରେ କାମ କରି ଅଭିଜ୍ଞତା ନେବାର ଆବଶ୍ୟକତା ରହିଛି। ଏହାଦ୍ୱାରା ସେମାନେ ସର୍ବଶ୍ରେଷ୍ଠ ସଂସ୍ଥାଗୁଡିକରେ କର୍ମନିଯୁକ୍ତି ପାଇପାରିବେ। ଓ୍ୱାର୍ଲ୍ଡ ସ୍କିଲ ସେଣ୍ଟରରେ କ୍ଷୁଦ୍ର ମିଆଦୀ ଦକ୍ଷତା ପ୍ରଶିକ୍ଷଣ ଦ୍ୱାରା ଯେପରି ଯୁବଗୋଷ୍ଠୀମାନେ ଉପକୃତ ହୋଇ ପାରିବେ ସେଥିନିମନ୍ତେ ସୁଯୋଗ ସୃଷ୍ଟି କରିବାକୁ ହେବ। ବିଶେଷଭାବେ ଏଠାରୁ ଆଇଟିଆଇ ଏବଂ ଡିପ୍ଲାେମା ଉତ୍ତୀର୍ଣ୍ଣ କରିଥିବା ଯୁବଗୋଷ୍ଠୀ ଯେଭଳି ଦକ୍ଷତା ହାସିଲ କରିପାରିବେ, ତାହା ଉପରେ ଶ୍ରୀ ଘଡାଇ ଗୁରୁତ୍ୱାରୋପ କରିଛନ୍ତି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଘଡାଇ ବିଲ୍‌ଡିଂ ମ୍ୟାନେଜମେଣ୍ଟ୍‌ ସର୍ଭିସେସ୍‌, କମର୍ସିଆଲ ରେଫ୍ରିଜିରେସନ, କମର୍ସିଆଲ ଏଆର କଣ୍ଡିସନିଂ, ମେକାଟ୍ରନିକ୍ସ, କାଡ୍‌ ଓ ମେକାନିକାଲ, ଇଲେକଫି୍ରକାଲ, ରେସିଡେନସିଆଲ କଣ୍ଡିସନିଂ, ପାଇପିଂ ଓ ପ୍ଲମ୍ବିଂ, ଅଟୋମେସନ୍‌ ଓ ରବୋଟିକ୍ସ, ନିଉମାଟିକ୍ସ, ଡ୍ରାଇଭ ଓ ମୋଟର କଣ୍ଟ୍ରୋଲ ଲ୍ୟାବ୍‌ ଏବଂ ପିଏଲସି, ଇଲେକଫି୍ରକାଲ ଇନଷ୍ଟଲେସନ ଓ ମେକାନିକାଲ ଟେକ୍ନୋଲୋଜି ଓ୍ୱାର୍କସପ୍‌ ପରିଦର୍ଶନ କରିବା ସହ ପ୍ରଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ରେଣୁ ପ୍ରଭା ନାୟକ ଓ୍ୱାର୍ଲ୍ଡ ସ୍କିଲ ସେଣ୍ଟରର ଉନ୍ନତ ଦକ୍ଷତା ପ୍ରଶିକ୍ଷଣ ବ୍ୟବସ୍ଥା, ଭିତ୍ତିଭୂମି ଏବଂ ପାଠ୍ୟକ୍ରମ ଇତ୍ୟାଦି ବିଷୟରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓ୍ୱାର୍ଲ୍ଡ ସ୍କିଲ ସେଣ୍ଟରର ବିଭିନ୍ନ ବିଭାଗର ନିର୍ଦ୍ଦେଶକ ଓ ଡେପୁଟି ପ୍ରିନ୍ସି ପାଲ ଉପସ୍ଥିତ ଥିଲେ।