ନବୀନଙ୍କୁ ଭେଟିଲେ କଣ୍ଠଶିଳ୍ପୀ କବିତା କ୍ରିଷ୍ଣାମୂର୍ତ୍ତୀ ଏବଂ ଏଲ ସୁବ୍ରମଣ୍ୟମ୍

ଭୁବନେଶ୍ବର,ଏନ୍ଏନ୍‌ଏସ୍‌: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ପ୍ରସିଦ୍ଧ କଣ୍ଠଶିଳ୍ପୀ କବିତା କ୍ରିଷ୍ଣାମୂର୍ତ୍ତୀ ଏବଂ ପଦ୍ମ ବିଭୂଷଣପ୍ରାପ୍ତ ଏଲ. ସୁବ୍ରମଣ୍ୟମ୍। ନବୀନ ନିବାସରେ ଏହି ସୌଜନ୍ୟମୂଳକ ସାକ୍ଷାତ ହୋଇଛି। ଗତକାଲି(ମଙ୍ଗଳବାର) ପ୍ରଭୁ ଲିଙ୍ଗରାଜଙ୍କ ଭଜନ ସମାରୋହ କାର୍ଯ୍ୟକ୍ରମ ଯୋଗ ଦେବାକୁ ଆସିଥିବା ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ଏହି ଦୁଇ ପ୍ରସିଦ୍ଧ କଣ୍ଠଶିଳ୍ପୀ। ସାକ୍ଷାତକାର ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିୟାନ ଉପସ୍ଥିତ ଥିଲେ।

କବିତା କ୍ରିଷ୍ଣାମୂର୍ତ୍ତୀ ଦେଶର ଜଣେ ପରିଚିତ କଣ୍ଠଶିଳ୍ପୀ ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ଏଲ. ସୁବ୍ରମଣ୍ୟମ୍ ମଧ୍ୟ ସ୍ବନାମଧନ୍ୟ କଣ୍ଠଶିଳ୍ପୀ ଅଟନ୍ତି। ସଙ୍ଗୀତ ଜଗତକୁ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନ ମିଳିଛି। ଗତକାଲି(ମଙ୍ଗଳବାର) ମହାଶିବରାତ୍ରୀ ଅବସରରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଜାତୀୟସ୍ତରୀୟ ଭଜନ ସମାରୋହ ଆୟୋଜିତ ହୋଇଥିଲା। ଉଭୟ ଖ୍ୟାତିନାମା କଣ୍ଠଶିଳ୍ପୀ କବିତା କ୍ରୀଷ୍ଣାମୂର୍ତ୍ତି ଏବଂ ଏଲ ସୁବ୍ରମଣ୍ୟମ ସମାରୋହରେ ଯୋଗ ଦେଇ ଭଜନ ପରିବେଷଣ କରିଥିଲେ। ଏହି ଅବସରରେ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।