କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବିଧାନସଭାରେ ନୀରବ ପ୍ରାର୍ଥନା ଓ ଶପଥ ପାଠ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଓ ମୁଖ୍ୟମନ୍ତ୍ରୀଙ୍କ ସହିତ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଆଜି ବିଧାନସଭାରେ ନୀରବ ପ୍ରାର୍ଥନା ସହିତ ଶପଥ ପାଠ କରାଯାଇଛି। ଭିଡିଓ କନ‌ଫରେନ୍ସିଂ ଜରିଆରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର, ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, ବିରୋଧୀଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ, ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ବିଧାୟକ ସେନ୍ତୋଷ ସିଂ ସାଲୁଜା ଓ ବିଧାନସଭା ସଚିବ ଦାଶରଥୀ ଶତପଥୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ବିଧାନସଭାର ସମସ୍ତ ଅଙ୍ଗିକାରୀ ଓ କର୍ମଚାରୀମାନେ ମଧ୍ୟ ନୀରବ ପ୍ରାର୍ଥନା କରିବା ସହିତ ଶପଥ ପାଠ କରିଥିଲେ।

କୋଭିଡ‌ ଯୁଦ୍ଧରେ ପ୍ରାଣବଳୀ ଦେଇଥିବା କୋଭିଡ ଯୋଦ୍ଧାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଓ ନୀରବ ପ୍ରାର୍ଥନା ଅଭିପ୍ରେତ ଥିବାବେଳେ ଏହି ଲଢ଼େଇ ଜାରି ରଖିଥିବା କୋଭିଡ‌ ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ଶପଥ ପାଠର ଉଦ୍ଦେଶ୍ୟ।