ଟ୍ୱିନ୍ ସିଟିରେ କଡ଼ାକଡ଼ି ହେବ ଚେକିଂ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଆସନ୍ତାକାଲି ଠାରୁ ଟ୍ୱିନ ସିଟିରେ ସଟଡାଉନ୍ ପାଇଁ ଚେକିଂ କଡ଼ାକଡ଼ି ହେବ। କଟକରେ ୧୨ ପ୍ଳାଟୁନ୍ ଫୋର୍ସ, ୧୦୦ ଅଧିକାରୀ ଓ ଭୁବନେଶ୍ୱରରେ ୨୦ ପ୍ଳାଟୁନ୍ ଫୋର୍ସ ଓ ୧୫୦ ଅଧିକାରୀ ଦାୟିତ୍ୱରେ ରହିବେ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ତେବେ କଟକଣା ସମୟରେ ଯାତାୟତ ପାଇଁ କୌଣସି ପ୍ରକାର ପାସ୍ ମିଳିବ ନାହିଁ । ଜରୁରୀକାଳୀନ ସେବାରେ ଥିବା କର୍ମଚାରୀ ଯାତାୟତ କରିପାରିବେ । ଅତ୍ୟାବଶକୀୟ କାର୍ଯ୍ୟ ଥିଲେ ମଧ୍ୟ ଲୋକେ ବାହାରକୁ ଯାଇପାରିବେ । ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ଏ ନେଇ ଯାଞ୍ଚ କରିବା ସହ ନିଷ୍ପତ୍ତି ନେବେ । କଟକରେ ୨୫ଟି ଓ ଭୁବନେଶ୍ୱର ୪୩ଟି ସ୍ଥାନରେ ନାକାବନ୍ଦି ରହିବ । କଟକଣା ନମାନିଲେ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।