ପୁରୀ,ଏନ୍ଏନ୍ଏସ୍: ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ କାଲିଠାରୁ ଶ୍ରୀମନ୍ଦିର ଖୋଲିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି । ଦୈନିକ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଖୋଲା ରହିବ । ସାନିଟାଇଜେସନ ପାଇଁ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରଦ୍ଧାଳୁଙ୍କୁ ଭୋଟର ଓ ଆଧାର କାର୍ଡ ସାଥୀରେ ଆଣିବାକୁ ପଡ଼ିବ । ଏଥିସହିତ ଡବଲ ଡୋଜ୍ ଭ୍ୟାକ୍ସିନ ସାର୍ଟିଫିକେଟ ଦେଖାଇବାକୁ ପଡ଼ିବ । ଅଥବା ୯୬ ଘଣ୍ଟା ମଧ୍ୟରେ ହୋଇଥିବା ନେଗେଟିଭ ଟେଷ୍ଟ ରିପୋର୍ଟ ନିତ୍ୟାନ୍ତ ଜରୁରୀ । ସବୁ ଶ୍ରଦ୍ଧାଳୁଙ୍କୁ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତ୍ୱ ନିୟମ ମାନିବାକୁ ପଡ଼ିବ ।