ମୁମ୍ବାଇ,ଏଜେନ୍ସି: ଶନିବାର ଦିନ ମୁମ୍ବାଇର ଏକ ହୋଟେଲରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଶିବସେନା ସାଂସଦ ସଞ୍ଜୟ ରାଉତ ଭେଟିଥିଲେ। ତେବେ ସେ କହିଛନ୍ତି ଯେ ମୁଁ କିଛି ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଦେବେନ୍ଦ୍ରଙ୍କୁ ଭେଟିଥିଲି। ସେ ଜଣେ ପୂର୍ବତନ ସିଏମ ଏବଂ ଏହା ସହିତ ସେ ମହାରାଷ୍ଟ୍ରରେ ବିରୋଧୀ ଦଳର ନେତା ଏବଂ ବିଜେପିର ବିହାର ଦାୟିତ୍ୱରେ ଅଛନ୍ତି। ତେବେ ଆମ ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ହୋଇପାରେ କିନ୍ତୁ ଆମେ ଶତ୍ରୁ ନେହୁଁ। ଅପରପକ୍ଷରେ ଏହି ବୈଠକ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମଧ୍ୟ ଅବଗତ ଥିଲେ ବୋଲି ସଞ୍ଜୟ କହିଛନ୍ତି।
ସୂଚନା ଅନୁସାରେ ଏହି ବୈଠକ ପରେ ମହାରାଷ୍ଟ୍ରର ରାଜନୈତିକ କରିଡରରେ କଳ୍ପନାଜଳ୍ପନାର ବଜାର ଗରମ ହୋଇଯାଇଥିଲା।