ବମ୍ବେ ହାଇକୋର୍ଟରୁ ଶିଳ୍ପା ସେଟ୍ଟୀଙ୍କୁ ଝଟକା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କିଛି ମିଡିଆ ସଂସ୍ଥା ବିରୋଧରେ ମାନହାନି ମୋକଦ୍ଦମା ଦାୟର କରିଥିଲେ। ଏହାର ଶୁଣାଣୀ କରି କୋର୍ଟ କହିଛନ୍ତି ଯେ, ଯଦି ପୁଲିସ ସୂତ୍ରରୁ ମିଡିଆ ଖବର ପରିବେଷଣ କରୁଛି ତେବେ ଏଥିରେ କୌଣସି ସମସ୍ୟା ନାହିଁ। ଆଉ ଏହାକୁ ମାନହାନି କୁହାଯିବ ନାହିଁ।

ଶିଳ୍ପାଙ୍କ ଓକିଲକୁ କୋର୍ଟ ଆହୁରି କହିଛନ୍ତି ଯେ, ଆପଣଙ୍କ ମହକିଲ ଯିଏ ବି ହେଉନା କାହିଁକି ମାନହାନି ପାଇଁ ଗୋଟିଏ ଆଇନ ରହିଛି। ଆପଣଙ୍କ ମହକିଲଙ୍କ ସ୍ୱାମୀଙ୍କ ବିରୋଧରେ ଗୋଟିଏ ମାମଲା ଚାଲିଛି ଯେଉଁଥିରେ କୋର୍ଟ ହସ୍ତକ୍ଷେପ କରିବ ନାହିଁ।

ସୂଚନାଯୋଗ୍ୟ, ମିଡିଆ ସଂସ୍ଥ ବିନା କୌଣସି ଆଧାରରେ ତାଙ୍କ ବିରୋଧରେ ମିଛ ଖବର ପ୍ରକାଶ କରୁଥିବାକୁ ନେଇ ଶିଳ୍ପା ମାମଲା ଦାୟର କରିଥିଲେ। ଯେଉଁମାନେ ମିଛ ଖବର ଖବର ଛାପିଥିଲେ ସେମାନେ ତାକୁ ତୁରନ୍ତ ଡିଲିଟ କରିବା ସହ କ୍ଷମା ମାଗନ୍ତୁ ବୋଲି ଶିଳ୍ପା କୋର୍ଟରେ ନିବେଦନ କରିଥିଲେ। ଏଥିସହିତ ଶିଳ୍ପା ୨୫ କୋଟି ଟଙ୍କା ମାନହାନି ବାବଦକୁ ଦାବି କରିଥିଲେ।