ବିବାଦିତ ବୟାନକୁ ନେଇ କ୍ଷମା ମାଗିଲେ ଶ୍ୱେତା ତିୱାରୀ

ମୁମ୍ବାଇ: ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ ମଧ୍ୟପ୍ରଦେଶରେ ଏକ ପ୍ରେସ କନଫ୍ରେନ୍ସରେ ଈଶ୍ୱରଙ୍କୁ ନେଇ କଥିତ ବିବାଦିତ ବୟାନ ଦେଇଥିଲେ । ସେଥିପାଇଁ ତାଙ୍କ ନାଁରେ ମାମଲା ଦାୟର ହୋଇଥିଲା । ଏଭଳି ପରିସ୍ଥିତିରେ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି ଶ୍ୱେତା ଭିଡିଓ ଜାରି କରି କ୍ଷମା ପ୍ରାର୍ଥନା କରିଛନ୍ତି । ଏଥିସହିତ କାହା ଭାବନାକୁ କଷ୍ଟ ଦେବା ତାଙ୍କ ଉଦ୍ଦେଶ୍ୟ ନଥିଲା ବରଂ ସେ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି ବୋଲି ଶ୍ୱେତା କହିଛନ୍ତି ।

ସୂଚନାଯୋଗ୍ୟ, ଶ୍ୱେତା ସିଂହ ଫ୍ୟାସନ ସହ ଜଡ଼ିତ ଏକ ୱେବ ସିରିଜର ଆନାଉନ୍ସମେଣ୍ଟ ଓ ପ୍ରମୋଶନ ପାଇଁ ପ୍ରେସ କନଫ୍ରେନ୍ସ କରିଥିଲେ । ଏହି ସମୟରେ ଶ୍ୱେତା କହିଥିଲେ ଯେ, ମୋ ବ୍ରାର ସାଇଜ ଈଶ୍ୱର ନେଉଛନ୍ତି । ଆଉ ଏହାକୁ କେନ୍ଦ୍ର କରି ବିବାଦ ସୃଷ୍ଟି ହୋଇଥିଲା ।