ତୁନିଷାଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚିଲେ ସିଜାନଙ୍କ ମା’ ଓ ଭଉଣୀ

ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତ୍ରୀ ତୁନିଷା ଶର୍ମା ଆଜି ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ମୃତ୍ୟୁର ୩ ଦିନ ପରେ ମୁମ୍ବାଇର ମୀରା ରୋଡ ଶ୍ମଶାନ ଗୃହରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି । ତୁନିଷାଙ୍କ ଅନ୍ତିମ ସଂସ୍କାରରେ ପରିବାରବର୍ଗଙ୍କ ସହ ଟିଭି ସେଲିବ୍ରିଟି ଉପସ୍ଥିତ ଥିଲେ ।

ତୁନିଷା ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ପୁଲିସ ତାଙ୍କ ସହଅଭିନେତା ତଥା ବୟଫ୍ରେଣ୍ଡ ସିଜାନ ଖାନଙ୍କୁ ଗିରଫ କରି ପଚରାଉଚୁରା ଜାରି ରଖିଛି । ଅନ୍ୟପଟେ ସିଜାନଙ୍କ ମା’ ଓ ଭଉଣୀ ତୁନିଷାଙ୍କ ଅନ୍ତିମ ଦର୍ଶନ ପାଇଁ ଶ୍ମଶାନ ଗୃହରେ ପହଞ୍ଚିଥିଲେ । ଏହି ସମୟରେ ସେମାନେ କାହାରି ସହ କଥା ନହୋଇ ସିଧାସଳଖ ଯାଇ ତୁନିଷାଙ୍କ ପ୍ରାର୍ଥୀବ ଶରୀର ନିକଟରେ ପହଞ୍ଚିଥିଲେ । ଶ୍ମଶାନ ଗୃହରୁ ବାହାରିବା ପରେ ସିଜାନଙ୍କ ଭଉଣୀ ଫଲକ ନାଜ ଭୋ ଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଥିଲା ।