ସିଏସଆର ଲିଡରସିପ ନିମନ୍ତେ ଶାଲୁ ଜିନ୍ଦଲଙ୍କୁ ମହାତ୍ମା ପୁରସ୍କାର

ଜେଏସପିଏଲ ଫାଉଣ୍ଡେସନକୁ ମିଳିଲା 'ମହାତ୍ମା ଆୱାର୍ଡ ଫର ସିଏସଆର ଏକସେଲେନ୍ସ ଆଣ୍ଡ ସୋସିଆଲ ଗୁଡ୍'

ନୂଆଦିଲ୍ଲୀ: ଭାରତର ବିଭିନ୍ନ ଗ୍ରାମାଞ୍ଚଳରେ ଲୋକମାଙ୍କର ବିକାଶ ନିମନ୍ତେ ନିଜର ଯୋଗଦାନ ଏବଂ ନେତୃତ୍ୱ ନିମନ୍ତେ ଜେଏସପିଏଲ ଫାଉଣ୍ଡେସନର ସହ-ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କୁ ମହାତ୍ମା ଆୱାର୍ଡ ଫର ଲିଡରସିପ ଇନ କର୍ପୋରେଟ ସୋସିଆଲ ରେସ୍ପନ୍ସିବିଲିଟି ସମ୍ମାନରେ ସମ୍ମାନିତ କରାଯାଇଛି ଓ ଗୁରୁଗ୍ରାମ ଠାରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ପଦ୍ମଭୂଷଣ ରାଜଶ୍ରୀ ବିର୍ଲା ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥିଲେ।

କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଜେଏସପିଏଲ ଫାଉଣ୍ଡେସନକୁ ମହାତ୍ମା ଆୱାର୍ଡ ଫର ସିଏସଆର ଏକସେଲେନ୍ସ ଆଣ୍ଡ ସୋସିଆଲ ଗୁଡ୍ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି ଓ ଏହି ପୁରସ୍କାରକୁ ଜେଏସପିଏଲ ର ଏକଜ୍ୟୁକୁଟିଭ ଭାଇସ ପ୍ରେସିଡେଣ୍ଟ ତଥା ସିଏସଆର ମୁଖ୍ୟ ଶ୍ରୀ ପ୍ରଶାନ୍ତ ହୋତା ଗ୍ରହଣ କରିଥିଲେ।

ଏହି ପୁରସ୍କାର ନିମନ୍ତେ ଜୁରୀମାନଙ୍କୁ ଧନ୍ୟବାଦ ଦେବା ସହିତ ଶ୍ରୀମତୀ ଜିନ୍ଦଲ କହିଥିଲେ ଯେ, ଆମ ସେବା ଦ୍ୱାରା ଦୁଇ ନିୟୁତରୁ ଅଧିକ ଲୋକମାନଙ୍କ ନିକଟରେ ଆମେ ପହଁଚିପାରିଥିବାରୁ ମୁଁ ଭଗବାନଙ୍କ ନିକଟରେ କୃତଜ୍ଞ । ସମାଜର ଅବହେଳିତ ଲୋକମାନଙ୍କ ସେବା ନିମନ୍ତେ ଏହି ପୁରସ୍କାର ଆମକୁ ଅଧିକ ପ୍ରେରଣା ଯୋଗାଇବ ଓ ଏକ ବହୁସ୍ତରୀୟ ଚୟନ ପ୍ରକ୍ରିୟା ମାଧ୍ୟମରେ ଜେଏସପିଏଲ ଫାଉଣ୍ଡେସନ ଏହି ସମ୍ମାନଜନକ ପୁରସ୍କାର ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିଲା ।

ଶାଲୁ ଜିନ୍ଦଲଙ୍କ ନେତୃତ୍ୱ ଏବଂ ଦିଗଦର୍ଶନରେ ଜେଏସପିଏଲ ଫାଉଣ୍ଡେସନ ଭାରତର ତିନୋଟି ରାଜ୍ୟର ଗ୍ରାମାଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତାବିକାଶ, ଜୀବିକା ବିକାଶ, ନାରୀ ସଶକ୍ତିକରଣ, ଗ୍ରାମ୍ୟ ଭିତ୍ତିଭୂମି, କୃଷି, ପରିବେଶ, କ୍ରୀଡା ଏବଂ କଳା ଓ ସଂସ୍କୃତି କ୍ଷେତ୍ରରେ ବିଭିନ୍ନ ବିକାଶମୂଳକ କାର୍ୟ୍ୟ କରିଆସୁଛି। ଏହା ମାଧ୍ୟ୍ୟମରେ ଦୁଇ ନିୟୁତରୁ ଅଧିକ ଲୋକମାନଙ୍କ ନିକଟରେ ଜେଏସପିଏଲ ଫାଉଣ୍ଡେସନ ପହଁଚିପାରିଛି ।

ନିକଟରେ ଶ୍ରୀମତୀ ଶାଲୁ ଜିନ୍ଦଲଙ୍କୁ ସିଙ୍ଗାପୁର ଠାରେ ବେଷ୍ଟ ସିଏସଆର ପ୍ରାକ୍ଟିସ ଆୱାର୍ଡ ୨୦୧୯ ଫର ସୋସିଆଲ ଏଣ୍ଟ୍ରପ୍ରିନିୟରସିପ ଓ ଏକଲବ୍ୟ ପୁରସ୍କାର ୨୦୧୯ ପ୍ରଦାନ କରାଯାଇଥିଲା ଓ ଶ୍ରୀମତୀ ଜିନ୍ଦଲଙ୍କୁ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆ ର ଉପସଭାପତି ମଧ୍ୟ ଅଛନ୍ତି ।

ସେହିଭଳି କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ କାର୍ୟ୍ୟ ନିମନ୍ତେ ଜେଏସପିଏଲ ଫାଉଣ୍ଡେସନକୁ ବହୁ ପୁରସ୍କାର ମଧ୍ୟ ମିଳିଛି ଓ ନିକଟରେ ମିଳିଥିବା ପୁରସ୍କାର ମଧ୍ୟରେ ରହିଛି ଏନଜିଓବକ୍ସ ସିଏସଆର ଇମ୍ପାକ୍ଟ ଆୱାର୍ଡ, ଫିକି ସିଏସଆର ଆୱାର୍ଡ ଫର ୱମେନ ଏମ୍ପାୱାରମେଣ୍ଟ ଏବଂ ଗ୍ରୀନଟେକ ନାସନାଲ ଆୱାର୍ଡ ଇନ ସିଏସଆର। ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ୟ୍ୟ କରିଥିବା ବ୍ୟକ୍ତି ତଥା ସଙ୍ଗଠନକୁ ମହାତ୍ମା ପୁରସ୍କାର ପ୍ରତିବର୍ଷ ପ୍ରଦାନ କରାଯାଇଥାଏ । ଏହି ବାର୍ଷିକ ପୁରସ୍କାର କାର୍ୟ୍ୟକ୍ରମକୁ ଯୁକ୍ତରାଷ୍ଟ୍ର ଆମେରିକାରେ ପଞ୍ଜିକୃତ ଲାଇଭୱିକ ଏଲଏଲସି ଆୟୋଜନ କରିଥାଏ ।