ଭୁବନେଶ୍ୱରରେ ପହଞ୍ଚିଲା ଓଡିଆ ସହିଦ ଯବାନଙ୍କ ପାର୍ଥୀବ ଶରୀର

ଭୁବେନଶ୍ୱର, ଏନ୍ଏନ୍ଏସ୍: ଓଡିଆ ଯବାନ ଲାନ୍ସ ନାଏକ ଶଶାଙ୍କ ଶେଖର ସାମଲ ଲଦ୍ଦାଖରେ ସ୍ଥଳସେନାରେ କାର୍ଯ୍ୟରତ ଥିବାବେଳେ ସହିଦ ହୋଇଛନ୍ତି। ଯାଜପୁର ଜିଲ୍ଲା ବଡଚଣା ଅନ୍ତଗର୍ତ କ୍ଷେତ୍ରପାଳ ଗ୍ରାମନିବାସୀ ସହିଦ ସାମଲଙ୍କ ପାର୍ଥୀବ ଶରୀର ଆଜି ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବାପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଶେଷ ଦଶର୍ନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରେର ରାଜ୍ୟ ମୁଖପାତ୍ର ଠାକୁର ରଣଜିତ ଦାଶ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।