ବରିଷ୍ଠ ନାଗରିକଙ୍କୁ ଘରେ ମିଳିବ ଟଙ୍କା

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା କଟକଣା ସମୟରେ ବରିଷ୍ଠ ନାଗରିକ କିମ୍ବା ଭିନ୍ନକ୍ଷମ ବ୍ୟକ୍ତିମାନେ ଅର୍ଥ ଆବଶ୍ୟକ କଲେ ବ୍ୟାଙ୍କ ଓ ଡାକ ବିଭାଗର କର୍ମଚାରୀ ସେମାନଙ୍କ ଘରକୁ ଯାଇ ଅର୍ଥ ପ୍ରଦାନ କରିବେ। ଫୋନ କଲେ ଏହି ଦୁଇ ବିଭାଗର କର୍ମଚାରୀମାନେ ସେମାନଙ୍କ ଘରେ ଯାଇ ଟଙ୍କା ଦେଇ ପାରିବେ ବୋଲି ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ଅଗଷ୍ଟ ମାସ ପାଇଁ ରାଜ୍ୟରେ ବ୍ୟାଙ୍କ କାରବାର ନେଇ ଅର୍ଥ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଏହା ଉଲ୍ଲେଖ କରାଯାଇଛି। ବ୍ୟାଙ୍କ ଓ ଡାକ କର୍ମଚାରୀମାନେ ବରିଷ୍ଠ ନାଗରିକ କିମ୍ବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ଘରେ ସେବା ଯୋଗାଣ ସମୟରେ ନିଶ୍ଚିତ ଭାବେ ମାସ୍କ ପିନ୍ଧିବା ସହିତ ହାତ ବିଶୋଧନ କରିବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ କୁହାଯାଇଛି।