ସଲମାନଙ୍କ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିବେ ଶେହେନାଜ

ମୁମ୍ବାଇ: ବିଗବସ୍ ୧୩ରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଶେହେନାଜ ଗିଲ୍ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ଆଜ୍ଞା ହଁ, ଶେହେନାଜ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମରୁ ବଲିଉଡ କ୍ୟାରିୟର ଆରମ୍ଭ କରିବେ ବୋଲି ଶୁଣିବାକୁ ମିଳିଛି ।

ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ଶେହେନାଜ ଗିଲ ‘କଭି ଇଦ କଭି ଦିୱାଲୀ’ ଫିଲ୍ମରେ ନଜର ଆସିବେ । ଉକ୍ତ ଫିଲ୍ମରେ ସଲମାନ ଖାନ୍ ଓ ପୂଜା ହେଗଡେ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଏଥିସହିତ ସଲମାନଙ୍କ ଭିଣେଇ ଆୟୁଷ ଶର୍ମା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ଆୟୁଷଙ୍କ ବିପକ୍ଷରେ ଶେହେନାଜଙ୍କୁ ଦେଖିବାକୁ ମିଳିବ । କିନ୍ତୁ ଶେହେନାଜଙ୍କ ଭୂମିକା ଓ ବଲିଉଡ ଡେବ୍ୟୁକୁ ନେଇ ଆନୁଷ୍ଠାନିକ ରୂପେ କୌଣସି ଘୋଷଣା କରାଯାଇ ନାହିଁ । ଫିଲ୍ମଟି ଆସନ୍ତା ବର୍ଷ ଇଦରେ ରିଲିଜ ହେବ ।