ବାଜ୍ୟାପ୍ତ ହେବ ସି ସୋରର ୬୫୦ କୋଟି ସମ୍ପତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ସି-ସୋର ଚିଟଫଣ୍ଡ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ। ସି -ସୋର୍ ର ୬୫୦ କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସଂପତ୍ତି ବାଜ୍ୟାପ୍ତି ଲାଗି ଶୁକ୍ରବାର ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
କମ୍ପାନୀର ୧୯୭ ଏକର ଜମି, ୧୩୮୫ ଗ୍ରାମ ସୁନା, ୨ କ୍ୱିଣ୍ଟାଲ ରୂପା ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି

ଅଦାଲତ । ଏଥିସହ ବ୍ୟାଙ୍କରେ ଜମା ୧ କୋଟି ୮୮ ଲକ୍ଷ ୭୫ ହଜାର ଟଙ୍କା ମଧ୍ୟ ବାଜ୍ୟାପ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାଜ୍ୟାପ୍ତ ସଂପତ୍ତିକୁ ସର୍ବସାଧାରଣରେ ନିଲାମ କରିବା ସହ ଏଥିରୁ ମିଳିବାକୁ ଥିବା ଅର୍ଥକୁ ଜମାକାରୀଙ୍କୁ ଫେରାଇ ଦେବାକୁ ନିର୍ଦ୍ଦେଶ ହୋଇଛି।