ରାଜ୍ୟରେ ଜାରି ରହିଛି ଟାଣ ଖରା, ୯ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଟାଣ ଖରା ଜାରି ରହିଛି। ଗତକାଲି ୯ ଟି ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଏବଂ ତଦୁର୍ଦ୍ଧ୍ୱ ରେକର୍ଡ ହୋଇଥିଲା। ଓଡ଼ିଶାରେ ଉତ୍ତାପ ଅବସ୍ଥା ଆହୁରି କିଛି ଦିନ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ ବଲାଙ୍ଗୀର ଏବଂ ବୌଦ୍ଧ ୪୧.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଥିଲା। ସେହିଭଳି ଅନ୍ୟ ସାତୋଟି ସ୍ଥାନ ଯେଉଁଠାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଏବଂ ତଦୁର୍ଦ୍ଧ୍ୱ ରିପୋର୍ଟ କରାଯାଇଥିଲା ତାହା ହେଉଛି ଅନୁଗୁଳ ୪୦.୭, ବରିପଡା ୪୧.୦, ଝାରସୁଗୁଡା ୪୧.୪, ସମ୍ବଲପୁର ୪୦.୨, ତାଲଚର ୪୦.୪, ଟିଟିଲାଗଡ ୪୧.୦, ଏବଂ ସୋନେପୁର ୪୦.୮।